ଆଠଗଡ : ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସୋମବାରଠାରୁ ଆରମ୍ଭ ହୋଇଛି । ମୂଲ୍ୟାୟନ ପାଇଁ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରବିବାର ସେମାନଙ୍କର କାର୍ଯ୍ୟରେ ଯୋଗଦାନ କରିଥିଲେ। ଏହି ମୂଲ୍ୟାୟନ କ୍ଷେତ୍ରରେ ମୋଟ ୯ଟି ୟୁନିଟ୍ରେ ସର୍ବମୋଟ ୨୨୯ଜଣ ପରୀକ୍ଷକ ପ୍ରାୟ ୫୯୨୦୦ପରୀକ୍ଷା ଖାତା ମୂଲ୍ୟାୟନ କରିିବାର ବ୍ୟବସ୍ଥା କରାଯାଇଛି । ୯ଟିରୁ ୫ଟି ୟୁନିଟ୍ରେ ଜଣେ ଲେଖାଏଁ ମୁଖ୍ୟ ପରୀକ୍ଷକ, ୨ଜଣ ଉପମୁଖ୍ୟ ପରୀକ୍ଷକ, ୨ଜଣ ସ୍କୃଟିନାଇଜର ଏବଂ ୨୪ଜଣ ପରୀକ୍ଷକଙ୍କୁ ମିଶାଇ ୨୯ଜଣ ଲେଖାଏଁ ରହି ଥିବାବେଳେ ଅନ୍ୟ ୪ଟି ୟୁନିଟରେ ମୁଖ୍ୟ ପରୀକ୍ଷକ, ଉପମୁଖ୍ୟ ପରୀକ୍ଷକ, ସମାନ ସଂଖ୍ୟକ ସ୍କୁଟିନାଇଜର ରହିଥିବାବେଳେ ପରୀକ୍ଷକ ୧୬ଜଣଙ୍କୁ ମିଶାଇ ମୋଟ ୨୧ଜଣ ଲେଖାଏଁ ପରୀକ୍ଷା ଖାତା ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ସ୍କୁଲର ପ୍ରଧାନଶିକ୍ଷକ ଅମର କୁମାର ମହାରଣା ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର ଭାବେ ଦାୟିତ୍ୱ ନିର୍ବାହ କରୁଥିବାବେଳେ ଶିକ୍ଷା ପରିଷଦ ପକ୍ଷରୁ ରାମଚନ୍ଦ୍ର ମାଝି ମୂଲ୍ୟାୟନ କେନ୍ଦ୍ରର ଶିବିର ଅଧିକାରୀ ଓ ଦଇତାରୀ ବାରିକ ସହଯୋଗୀ ଭାବେ କାର୍ଯ୍ୟନିର୍ବାହ କରୁଛନ୍ତି।
Popular Categories



