www.samajalive.in
Sunday, December 14, 2025
14.1 C
Bhubaneswar

୨୦୦ ବେଆଇନ୍‌ କୋଠାଘରକୁ କରାଯିବ ଉଚ୍ଛେଦ- ହାଇଦ୍ରାବାଦ ମହାନଗର ନିଗମ କର୍ତ୍ତୃପକ୍ଷ ନେଲେ ନିଷ୍ପତ୍ତି

ହାଇଦ୍ରାବାଦ – ହାଇଦ୍ରାବାଦରେ ଭଙ୍ଗାଯିବ ଅନେକ କୋଠାଘର । ବେଆଇନ ଭାବେ ତିଆରି ହୋଇଥିବା ୨୦୦ କୋଠାଘରକୁ ହାଇଦ୍ରାବାଦ ମହାନଗର ନିଗମ କର୍ତ୍ତୃପକ୍ଷ ଭାଙ୍ଗିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି । କ୍ରିଷ୍ଟାଲ୍‌ ଟାଉନ୍‌ସିପ୍‌ରେ ଥିବା ୨୦୦ ଘରକୁ ଭଙ୍ଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ  ନିର୍ମାଣାଧିନ ଘର ଗୁଡିକୁ ଭାଙ୍ଗିଦିଆଯିବ, ପରେ ଲୋକ ବସବାସ କରୁଥିବା ଲୋକଙ୍କୁ ସେଠାରୁ ହଟାଯାଇ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି । ଏହାକୁ ପ୍ରଶାସନର ବିନା ଅନୁମତିରେ ବିଭିନ୍ନ ନିୟମକୁ ଉଲ୍ଲଘଂନ ଏହାକୁ ନିର୍ମାଣ କରାଯାଇଥିବା ଅଭିଯୋଗ କରାଯାଇଥିଲା ।

ଏହାପରେ ହାଇଦ୍ରାବାଦ ମହାନଗର ନିଗମ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିଥିଲେ । ବେଆଇନ୍‌ ଭାବେ କ୍ରିଷ୍ଟାଲ୍‌ ସିଟିରେ ଘର ନିର୍ମାଣ କରାଯାଇଥିବା ଜଣାପଡିଥିଲା। ପରେ ନିର୍ମାଣକାରୀ ସଂସ୍ଥା ତେଲେଙ୍ଗାନା ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ନ୍ୟାୟଳୟ ଉଚ୍ଛେଦ ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ଏତେ ଦିନ ଧରି ସରକାରୀ ସଂସ୍ଥା କାହିଁକି ଚୁପ୍‌ ଥିଲେ ତାକୁ ନେଇ ସେଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି । ହେଲେ ପୁଲିସ ଉପସ୍ଥିତିରେ ସେଠାରେ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

Hot this week

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

Related Articles

Popular Categories