www.samajalive.in
Saturday, December 13, 2025
21.1 C
Bhubaneswar

ଝାରସୁଗୁଡ଼ାରୁ ନାବାଳକ ଅପହରଣ ,ହତ୍ୟା ମାମଲା ; ପୁଲିସର ଛାନଭିନ ଜାରି

ବୁର୍ଲା : ବହୁ ଚର୍ଚ୍ଚିତ ଝାରସୁଗୁଡାର ନାବାଳକ ଛାତ୍ର ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣାରେ ବୁର୍ଲା ଲିଙ୍କ୍ ଏବେ ସାମ୍ନାକୁ ଆସିବା ସହିତ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତ ମାନେ ମୃତ ସମର୍ଥକୁ ଅପହରଣ ପରେ ଝାରସୁଗୁଡାରୁ ବୁର୍ଲା ଆଣିଥିବା ପୁର୍ବରୁ ପୁଲିସ ସୂଚନା ପାଇଥିବା ବେଳେ ବୁର୍ଲା ଲିଙ୍କର ଫର୍ଦ୍ଦାଫାସ କରିଛି ପୁଲିସ।  ରାତିରେ ଏବଂ  ମଧ୍ୟାହ୍ନ ସମୟରେ ଝାରସୁଗୁଡା ପୁୁଲିସ ସହରରେ ଛାନଭିନ ଚଳାଇଥିବା ବେଳେ ସମର୍ଥକୁ  ଅପହରଣ ଦିନ ରାତିରେ ରଖିଥିବା ବୁର୍ଲା ସହରର ତଥା ହସପିଟାଲର କର୍ମଚାରୀ ଗଣେଶ ନାୟକଙ୍କ ଘରକୁ ପୁଲିସ ଦଳ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଗତକାଲି ଠାରୁ ଗଣେଶକୁ ପୁଲିସ ନିଜ ହେପାଜତକୁ ନେଇଥିବା ବେଳେ ଗଣେଶକୁ ସାଙ୍ଗରେ ଆଣି ପୁଣି ଅଧିକ ତଦନ୍ତ କରିଛି ଝାରସୁଗୁଡା ପୁଲିସ।
ଝାରସୁଗୁଡା ଏସଡିପିଓ ନିର୍ମାଳ ମହାପାତ୍ରଙ୍କ ନେତୃତ୍ୱରେ ଏବଂ ଟାଉନଥାନା  ଆଇଆଇସି ସାବିତ୍ରୀ ବଳଙ୍କ ଉପସ୍ଥିତିରେ ଏକ ପୁଲିସ ଦଳ ବୁର୍ଲା ସହରରେ ପହଞ୍ଚି ୱାନଆର କଲୋନୀରେ ସମର୍ଥକୁ ରଖାଯାଇଥିବା ଗଣେଶଙ୍କ ଘରକୁ ପହଞ୍ଚି ଥିଲା।
ପୁଲିସ ସାଙ୍ଗରେ ଗଣେଶକୁ ମଧ୍ୟ ଆଣିଥିଲା। ଏବଂ କେଉଁଠି ସମର୍ଥକୁ ରଖାଯାଇଥିଲା ଏବଂ କିଭଳି ଅବସ୍ଥାରେ ଥିଲା କଣ ସବୁ ସେହି ରାତିରେ ଘଟିଥିଲା ସମସ୍ତ ବିଷୟ ତନ୍ନ ତନ୍ନ କରି ଯାଞ୍ଚ କରିଛି ପୁଲିସ। ପୁଲିସକୁ ମଧ୍ୟ ଗଣେଶ ସମସ୍ତ ବିଷୟ ଅବଗତ କରିଥିବା ଜଣାପଡିଛି। ନାବାଳକଙ୍କୁ ଆଣି ସେହି ରାତିରେ ଗଣେଶଙ୍କ ୱାନଆର କଲୋନି ସ୍ଥିତ ଘରେ ରଖିଥିଲେ। ରାତିରେ ନାବାଳକକୁ ଘରେ ରଖିଦେଇ ଗଣେଶଙ୍କ ସମେତ ଅଭିଯୁକ୍ତ ମାନେ ରାତ୍ରୀ ଭୋଜନ ଆଣିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାସ୍ତାରେ ଥିବା ରେଷ୍ଟୋରାଣ୍ଟକୁ ଯାଇଥିଲେ। ସେଠାରେ ଗଣେଶ ରେଷ୍ଟୋରାଣ୍ଟ ମାଲିକଙ୍କୁ ଝାରସୁଗୁଡାରୁ ଆସିଥିବା ମୋର ବନ୍ଧୁ ମାନଙ୍କ ପାଇଁ ଖାଇବାକୁ ନେବାକୁ ଆସିଛି ବୋଲି କହିଥିଲା ଏହା ପରେ ସେମାନେ ରେଷ୍ଟୋରାରୁ ଖାଦ୍ୟ କିଣି କାରରେ ପୁଣି ଚାଲିଯାଇଥିଲେ। ଏହି ସମସ୍ତ ଦୃଶ୍ୟ ରେଷ୍ଟୋରାଣ୍ଟର ସିସିଟିଭିରେ କଏଦ ହୋଇଛି। ଯାହାକୁ ଝାରସୁଗୁଡା ପୁଲିସ ଜବତ କରିଛି। ଏହାପରେ ୱାନଆର୍ କଲୋନି ସ୍ଥିତ ଗଣେଶର ଘରକୁ ଯାଇ ଯେଉଁ କୋଠରୀରେ ନାବାଳକକୁ ବନ୍ଧକ ରଖିଥିଲେ ସେହି କୋଠରୀକୁ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରିବା ସହିତ ଅନେକ ସାମଗ୍ରୀ ଜବତ କରିଥିବା ଜଣାପଡିଛି। ତେବେ ଗଣେଶ ଅଭିଯୁକ୍ତ ମାନଙ୍କୁ ଜାଣିଲା କିଭଳି, ନାବାଳକୁ ଘରେ ଏକୁଟିଆ ବନ୍ଧକ ରଖିବା ଜାଣିବା ପରେ ଗଣେଶ ବାରଣ କଲା ନାହିଁ କାହିଁକି ? ନା ଗଣେଶ ଏହି ହତ୍ୟା କାଣ୍ଡ ଘଟଣା ବିଷୟରେ ଅବଗତ ରହିଥିଲା ଏବଂ ଜାଣିଶୁଣି ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିନ୍ତୁ ଝାରସୁଗୁଡା ପୁଲିସ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories