www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ବେଣ୍ଟି-୨୦ରେ ୩୦୦ ୱିକେଟ, ଚହଲ ପ୍ରଥମ ଭାରତୀୟ

ହାଇଦରାବାଦ୍‌  : ପ୍ରଥମ ଭାରତୀୟ ଭାବେ ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ଲେଗ୍‌ ସ୍ପିନର ଯୁଜୁବେନ୍ଦ୍ର ଚହଲ ଟ୍ବେଣ୍ଟି-୨୦ରେ ୩୦୦ ୱିକେଟ ହାସଲ କରିଛନ୍ତି। ରବିବାର ହାଇଦରାବାଦ୍‌ରେ ଖେଳାଯାଇଥିବା ଚଳିତ ଆଇପିଏଲର ସନରାଇଜର୍ସ ହାଇଦରାବାଦ୍‌ ବିପକ୍ଷ ମ୍ୟାଚରେ ଚହଲ ଏହି କୃତିତ୍ବ ହାସଲ କରିଛନ୍ତି । ଚହଲ ସନରାଇଜର୍ସ ହାଇଦରାବାଦ୍‌ର ହ୍ୟାରୀ ବ୍ରୁକ୍‌ସଙ୍କୁ ଆଉଟ୍‌ କରି ୩୦୦ ଟ୍ବେଣ୍ଟି-୨୦ ୱିକେଟ ପୂରଣ କରିଥିଲେ। ଏଥି ସହିତ ଚହଲ ଲେଗ୍‌ ସ୍ପିନର ଅମିତ ମିଶ୍ରାଙ୍କୁ ଟପିବାରେ ସଫଳ ହୋଇଛନ୍ତି। ଚହଲ ୨୦୨୨ ଆଇପିଏଲରେ ଗୋଟିଏ ହ୍ୟାଟ୍ରିକ୍‌ ସହ ୨୭ଟି ୱିକେଟ ନେଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories