www.samajalive.in
Sunday, December 7, 2025
23.1 C
Bhubaneswar

ରିଷି ସିିଂହ ଇଣ୍ଡିଆନ୍‌ ଆଇଡଲ୍‌-୧୩ ବିଜେତା

ମୁମ୍ବଇ  : ସୋନି ଟେଲିଭିଜନ ଚାନେଲର ସମ୍ମାନଜନକ ସଙ୍ଗୀତ ରିୟଲିଟି ସୋ’ ଇଣ୍ଡିଆନ ଆଇଡଲ-୧୩ର ବିଜୟୀ ହୋଇଛନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟାର ରିଷି ସିଂହ। ରିଷି ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଲକାତାର ଦେବସ୍ମିତା ରାୟଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ପୁରସ୍କାର ବାବଦକୁ ରିଷିଙ୍କୁ ମିଳିଛି ୨୫ଲକ୍ଷ ଟଙ୍କା, ଏକ ମାରୁତି ବ୍ରିଜା କାର୍‌ ଓ ଟ୍ରଫି। ବିଜୟୀ ଘୋଷିତ ହେବା ପରେ ରିଷି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ଏହାକୁ ସେ ବିଶ୍ବାସ କରିପାରୁ ନାହାନ୍ତି ବୋଲି କହିଛନ୍ତି। ଏହା ତାଙ୍କ ପାଇଁ ଏକ ସ୍ବପ୍ନ ଥିଲା ଯାହା ବାସ୍ତବ ରୂପ ନେଇଛି। ସଫଳତା ପାଇଁ ସେ ଟେଲିଭିଜନ ଚାନେଲ, ବିଚାରକ ମଣ୍ଡଳୀ ଓ ସମଗ୍ର ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି । ଦେବସ୍ମିତା ରାୟ ଓ ଚିରାଗ କୋଟୱାଲଙ୍କୁ ପ୍ରଥମ ଓ ଦ୍ବିତୀୟ ରନର୍ସଅପ୍ ଘୋଷଣା କରାଯାଇଛି। ସେମାନଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି। ସେହିପରି ବିଦୀପ୍ତା ଚକ୍ରବର୍ତ୍ତୀ ଓ ଶିବମ୍ ସିଂହଙ୍କୁ ଚତୁର୍ଥ ଓ ପଞ୍ଚମ ରନର୍ସଅପ୍‌ ଘୋଷଣା କରାଯିବା ସହ ୩ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories