www.samajalive.in
Sunday, December 14, 2025
16.1 C
Bhubaneswar

ସତ୍ୟବାଦୀ ପ୍ରେସ୍ କ୍ଲବର ୨୫ତମ ପ୍ରତିଷ୍ଠା ଦିଵସ ପାଳନ

ସାକ୍ଷୀଗୋପାଳ: ସତ୍ୟବାଦୀ ପ୍ରେସକ୍ଲବର ୨୫ ତମ ପ୍ରତିଷ୍ଠା ଦିବସ ନିରାଡମ୍ଭର ଭାବେ ଶନିବାର ପାଳିତ ହୋଇଯାଇଛି। କ୍ଲବର ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ କରି ପ୍ରେସକ୍ଲବର ଉତ୍ତୋରତର ଉନ୍ନତି କାମନା କରିଥିଲେ। ବରିଷ୍ଠ ସେଵାୟତ ବିଶ୍ବନାଥ ମହାପାତ୍ର ପ୍ରଥମେ ପ୍ରଦିପ ପ୍ରଜ୍ଵଳନ କରିବା ପରେ ସିଂହଦ୍ଵାର ସମ୍ମୁଖରେ ୨୫ଟି ଦୀପ ଲଗା ଯାଇଥିଲା। ପ୍ରେସକ୍ଲବର ସଭାପତି କିଶୋର ଚନ୍ଦ୍ର ମହାପାତ୍ର, ଉପସଭାପତି ଅଶୋକ କୁମାର ମିଶ୍ର, ସମ୍ପାଦକ ଅଶୋକ ଵେହେରା, ସହ ସମ୍ପାଦକ ପ୍ରଶାନ୍ତ ବାରିକ, କୋଷାଧ୍ୟକ୍ଷ ବସନ୍ତ ପଟ୍ଟନାୟକ, ଶିକ୍ଷାଵିତ ସତ୍ୟବାଦୀ ଦାସ, ଆଡଭୋକେଟ ଶୁଶାନ୍ତ ରଥ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଣୁ ପ୍ରିୟା ବରାଳ, ସତ୍ୟଵାଦୀ ସଙ୍ଗୀତ ମହାଵିଦ୍ୟାଳୟ ସମ୍ପାଦକ ବଦ୍ରୀ ନାରୟଣ ଖୁଣ୍ଟିଆ, ରାଜକିଶୋର ପତି, ସେଵାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ, ପ୍ରେସକ୍ଲବର ପ୍ରତିଷ୍ଠାତା ସଦସ୍ୟ କାଳୀପ୍ରସାଦ ମିଶ୍ର, କ୍ଲବର ସଦସ୍ୟ ଉପେନ୍ଦ୍ର ବିଶ୍ବାଳ, ଭରତ ରାଉତ, ଜ୍ୟୋତିଶଙ୍କର ଖୁଣ୍ଟିଆ, ପ୍ରଭାତ ମିଶ୍ର, ରାଜ କିଶୋର ସେନାପତି ଙ୍କ ସହିତ ସେବାୟତ, ବୁଦ୍ଧିଜୀବୀ ମାନେ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories