www.samajalive.in
Monday, December 15, 2025
27.1 C
Bhubaneswar

ମା’ ବାସନ୍ତୀଦୂର୍ଗାଙ୍କ ପାହାଡି ଉତ୍ସବ

ଗୁରୁଡିଝାଟିଆ : ଭକ୍ତି, ଭାବ ଓ ବିଶ୍ୱାସର ଗାଥା ମା’ ବାସନ୍ତୀ ଦୂର୍ଗାଙ୍କ ପାହାଡି ଉତ୍ସବ। ବିଜ୍ଞାନ ଯୁଗରେ ଦେବୀଙ୍କୁ ବିସର୍ଜନ ପାଇଁ ଯନ୍ତ୍ରଚାଳିତ ଗାଡିରେ ନିଆଯାଏ । ହେଲେ ଗୁରୁଡିଝାଟିଆ-କୋତର ମା’ ବାସନ୍ତୀଦୂର୍ଗାଙ୍କ ଅଲୌକିକ ମହିମା । ଏବେ ବି ଶ୍ରଦ୍ଧାଳୁଭକ୍ତମାନେ ମାଆଙ୍କୁ ପୀଠରୁ ୩ କିମି କାନ୍ଧରେ ନେଇ ଛୋଟିଆମ୍ବ ଗ୍ରାମର ପୋଖରୀରେ ବିସର୍ଜନ କରିଥାନ୍ତି । ବାଟରେ ଶହଶହ ସଂଖ୍ୟାରେ ମନସ୍କାମନାଧାରୀଙ୍କ ଗୁହାରୀ ପଡିବା ଦୃଶ୍ୟ ଯେଭଳି ହୃଦୟକୁ ଦୋହଲାଇ ଦିଏ ଅନୁରୂପ ଭାବେ ନୂଆଲୁଗା ପାହାଡି ପରାଯିବା ପରମ୍ପରା ମଧ୍ୟ ୭୭ ବର୍ଷର । ମାଆଙ୍କ ସ୍ପର୍ଶ ହେଲେ ନୂଆଲୁଗା ପରିବାର ଓ ବ୍ରତଧାରୀଙ୍କ ପାଇଁ ଆଶୀର୍ବାଦର ରେଣୁ ଢାଳିଥାଏ ବୋଲି ବିଶ୍ୱାସ କରାଯାଏ । ଶନିବାର ଅପରାହ୍ନରେ ଶହଶହ ଶ୍ରଦ୍ଧାଳୁଙ୍କ ଗହଣରେ ମାଆଙ୍କୁ ମେଲାଣି ଦିଆ ଯାଇଥିଲା।

ପୂଜା କମିଟିର ସଭାପତି ବସନ୍ତ କୁମାର ସାହାଣୀ, ସଂପାଦକ ଅମରେନ୍ଦ୍ର ଧଳ, ଦେବାଶିଷ ବିଶ୍ୱାଳ, ଚନ୍ଦନ କୁମାର ବିଶ୍ୱାଳ, ରଶ୍ମୀରଞ୍ଜନ ସାହାଣୀ, ହୃଦାନନ୍ଦ ସାହାଣୀ, ମନୋଜ କୁମାର ସାହୁ ପବିତ୍ର କୁମାର ସାହାଣୀ ଓ ସରପଞ୍ଚଙ୍କ ପ୍ରତିନିଧି ସନାତନ ଦଳାଇ ପ୍ରମୁଖଙ୍କ ସହିତ ଗାଁର ମୁରବୀ ଓ ଯୁବକମାନେ ଉପସ୍ଥିତ ରହି ପାହାଡି ଯାତ୍ରା ତଥା ଭସାଣୀ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଦାଳୁମାନେ ଉପସ୍ଥିତ ରହି ପାହାଡି ଉତ୍ସବରେ ଯୋଗ ଦେଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories