ମାଲକାନଗିରି: ମାଲକାନଗିରି ସ୍ଥାନୀୟ ବିଧାୟକଙ୍କ ବାସଭବନରେ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରେସମିଟ ମାଧ୍ୟମରେ ବିଜେଡିର କାର୍ୟ୍ୟକ୍ରମ ନେଇ ପ୍ରଶ୍ନ ଉଠାଇଛି। ଗତ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ୫-ଟି ସଚୀବଙ୍କ ମାଲକାନାଗିରି ଜିଲ୍ଲା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି ମାଲକାନାଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି। ବିଗତ ଦିନ ୫-ଟି ସଚୀବଙ୍କ ଗସ୍ତ ସରକାରୀ ଥିଲା ନା ବିଜେଡ଼ିର ଦଳୀୟ ଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଯଦି ସରକାରୀ ଥିଲା, ତାହା ହେଲେ ସ୍ଥାନୀୟ ମାଲକାନାଗିରି ବିଧାୟକଙ୍କୁ ନିମନ୍ତ୍ରଣ କାହିଁକି କରାଯାଇନଥିଲା। ଯଦି କାର୍ୟ୍ୟକ୍ରମ ସରକାରୀ ଥିଲା, ତାହା ହେଲେ ବିଜେଡିର ସଂଗଠନ ମହାମନ୍ତ୍ରୀ ତଥା ଯାଜପୁର ବିଧାୟକ କାହିଁକି ଆସିଥିଲେ। ନିଜକୁ କ୍ରୀତଦାସ କହି ଥିବା ମନ୍ତବ୍ୟକୁ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝି କଟାକ୍ଷ କରିଥିଲେ ଯେ ଭାରତରେ ଆଉ କ୍ରୀତଦାସ ପ୍ରଥାନାହି। ତେଣୁ ସଂଗଠନ ମହାମନ୍ତ୍ରୀ ତଥା ଯାଜପୁର ବିଧାୟକ ନିଜକୁ କ୍ରୀତଦାସ କହିବା ବନ୍ଦ କରନ୍ତୁ। ମାଲକାନଗିରି ଗସ୍ତ ପାଇଁ ଦୁଇ ଦିନଧରି ୫ଟି ସଚୀବ ହେଲିକପ୍ଟର ବ୍ୟବହାର କରିଥିଲେ, ଏକ ସଚୀବ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରିବା ପାଇଁ କିଏ ଅନୁମତି ଦେଇଥିଲା।
କେନ୍ଦ୍ର ମନ୍ତ୍ରୀମାନେ କାର୍ୟ୍ୟକ୍ରମ ଗୁଡିକୁ କାରରେ ମାଲକାନାଗିରି ଜିଲ୍ଲା ଗସ୍ତ କରୁଛନ୍ତି ଅଥଚ ଏମିତି କଣ ଜରୁରୀ କାମ ଆସିଲା ଯେ ଏକ ସଚୀବଙ୍କୁ ହେଲିକେପ୍ଟରରେ ଗସ୍ତ କରିବାକୁ ପଡିଲା, ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି। ବିଗତ ପଞ୍ଚାୟତ ନିର୍ବାଚନ ସମୟର ପ୍ରତିଶୃତି ବର୍ତମାନ ପର୍ୟ୍ୟନ୍ତ ପୂରଣ ହୋଇନାହିଁ। ଜିଲ୍ଲା ବାସୀଙ୍କୁ ପୋଟେରୁ ଠାରେ ହରି ମନ୍ଦିର ଓ ନର ନାରାୟଣ ସେବାଶ୍ରମ ନିର୍ମାଣ ପ୍ରତିଶ୍ରୁତି ପୂରଣ ହୋଇ ନାହିଁ। ୨୦୧୯ ପୂର୍ବରୁ ମାଥିଲି ଓ ଚିତ୍ରକୋଣ୍ଡାଠାରେ ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ପାଳନ ହୋଇପାରିନାହି। ୨୦୧୬ ମସିହାରୁ ରେଳଲାଇନ୍ ସ୍ୱୀକୃତି ପାଇଛି ଅଥଚ ୭ ବର୍ଷ ପରେ ଜଲଦି ଜମି ଦେବା ବିଷୟରେ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ନିଜସ୍ୱ ପ୍ରକଳ୍ପ ବଦଳରେ କେନ୍ଦ୍ର ସରକାରଙ୍କ ଅନୁଦାନ ଯୋଜନା ଆର ଆଇ ଡି ଏଫ ଟଙ୍କା ଦ୍ଵାରା ବିଭନ୍ନ ଯୋଜନାର ଭୂମିପୂଜା ଓ ରିବନ କାଟିବାରେ ବ୍ୟସ୍ତ ରାଜ୍ୟ ସରକାର। ଏହିଭଳି ଅନେକ ଯୋଜନାରେ ରାଜ୍ୟ ସରକାର କେନ୍ଦ୍ରସରକାରଙ୍କ ଅର୍ଥ ବ୍ୟବହାର କରି ଭାରତୀୟ ଜନତା ପାର୍ଟି ୫-ଟି ସଚିବଙ୍କ ଏହି କାର୍ୟ୍ୟକ୍ରମକୁ ନିନ୍ଦା କରିବା ସହିତ ଏହି ସଚୀବ ରାଜନୀତିରେ ଯୋଡି ହୋଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ବିଜେପି ସଭାପତି ନିମାଇ ପାଲ, ଜିଲ୍ଲା ସମ୍ପାଦକ ମାନିକଲାଲ ଚକ୍ରବର୍ତୀ, ଯୁବ ମୋର୍ଚ୍ଚା ସଭାପତି ରତନ ବନିକ, ଜିଲ୍ଲା କୋଷାଧକ୍ଷ ସଞ୍ଜୟ ସରକାର ଓ ଅନ୍ୟ କର୍ମୀ ଉପସ୍ଥିତ ଥିଲେ।



