www.samajalive.in
Friday, December 12, 2025
16.1 C
Bhubaneswar

ବନ କର୍ମଚାରୀଙ୍କୁ ଗୁଳି ମାଡ ଘଟଣା, ସନ୍ଦେହ ଘେରରେ ଜିଲା ପୁଲିସ

ବୌଦ୍ଧ: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ଖଲିଆପାଲି ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ କରାଯାଇଥିଲା। ଏହି ଗାଡିରେ ଏସିଏଫଙ୍କ ସମେତ ଆଠ ଜଣ ବନ କର୍ମଚାରୀ ବସିଥିଲେ। ଦୁଇଟି ବାଇକ୍‌‌ରେ ଥିବା କିଛି ସନ୍ଦିଗ୍ଧ ବ୍ୟକ୍ତି ଖଲିଆପାଲି ଛକ ନିକଟରେ ବନ ବିଭାଗର ଗାଡିକୁ ଅଟକାଇବାରେ ବିଫଳ ହେବାପରେ ଗାଡି ପଛପଟରୁ ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ। ଗୁଳିମାଡରେ ଦୁଇଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ସୁରକ୍ଷିତ ଥିଲା। ଏହି ଘଟଣାକୁ ତିନିଦିନ ହୋଇଥିଲେ ମଧ୍ୟ ପୁଲିସ ଘଟଣାର ପର୍ଦ୍ଦାଫାସ କରିପାରିନାହିଁ।

ପୁଲିସ ଏହି ଘଟଣାରେ ତଦନ୍ତ ଚାଲିଥିବା କହୁଥିବାବେଳେ ଗୁରୁବାର ସୋସିଆଲ ମିଡିଆରେ ଓଡ଼ିଶା ଅଣଗେଜେଟେଡ ବନ ସେବା ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର ଏକ ପୋଷ୍ଟ କରି ଗୁଳିକାଣ୍ଡ ଘଟଣାରେ ଜିଲା ପୁଲିସର କିଛି କର୍ମଚାରୀଙ୍କ ସଂପୃ୍‌‌କ୍ତି ଥିବା ଅଭିଯୋଗ କରି ସିଧାସିଧା ପୁଲିସକୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ଏବେ ଜିଲାସାରା ଚର୍ଚ୍ଚା ଯୋର ଧରିଛି। ସୋସିଆଲ ମିଡିଆରେ ଶ୍ରୀ ପାତ୍ରଙ୍କ ଅଭିଯୋଗରେ କିଛିଟା ସତ୍ୟାସତ୍ୟ ଥିବା ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଅଛି। ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ଯେ ଘଟଣାଦିନ ରାତିରେ ପଲସର ଓ ଆପାଚି ବାଇକ୍‌‌ରେ ଚାରିଜଣ ପୁଲିସ କର୍ମଚାରୀ ଡ୍ୟୁଟି କରୁଥିବା ବେଳେ ବାରକୋଡା ଠାରେ ତିନି ଜଣ ବନ କର୍ମଚାରୀଙ୍କ ସହିତ ଭେଟ ହୋଇଥିଲା। ତାହାର କିଛି ସମୟ ପରେ ଖଲିଆପାଲି ଛକ ଠାରେ ଗୁଳିକାଣ୍ଡ ଘଟିଥିଲା। ଘଟଣାସ୍ଥଳରେ ପଡ଼ିଥିବା ଖୋକାକୁ ନେଇ ଲୋକଙ୍କ ମଧ୍ୟରେ ପୁଲିସ ଉପରେ ସନ୍ଦେହ ହେବା ସହିତ ପୁଲିସର କାର୍ଯ୍ୟକୁ ନେଇ ଅଙ୍ଗୁଳି ଉଠୁଛି। ତେବେ ଯଦି ପୁଲିସ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଡ୍ୟୁଟିରେ ଥିଲେ ତେବେ ଗୁଳିକାଣ୍ଡ ଘଟଣା ପରେ କଣ ଲୁଚାଇବାକୁ ଅପଚେଷ୍ଟା ଚାଲିଛି। ଦୁଇଟି ବିଭାଗର କର୍ମଚାରୀ ଯଦି ସରକାରୀ ସେବାରେ ରହିଥିଲେ ତେବେ ବୁଝାମଣା ଅଭାବରୁ ମଧ୍ୟ ଗୁଳି ଚାଲିଥାଇପାରେ। କିନ୍ତୁ ନିଜର ଭୁଲକୁ ସ୍ୱୀକାର ନକରି ମାମଲାକୁ ରଫାଦଫା ପାଇଁ ଉଦ୍ୟମ ଜାରି ରହିଥିବା ଚିନ୍ତାର ବିଷୟ ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଅଛି। ଘଟଣା ପଛରେ ପୋଲିସ ହେଉକି ଗଂଜେଇ ମାଫିଆ କିମ୍ବା ଅଜ୍ଞାତ ଦୁବୃତ୍ତ , ଯିଏ ହୋଇଥାଉନା କାହିଁକି ଯଦି ଗୁଳିକାଣ୍ଡ ଘଟଣାରେ ପେଟ୍ରୋଲିଂରେ ଥିବା ବନ ବିଭାଗର ଜଣେ ପଦସ୍ଥ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ଜୀବନ ଚାଲି ଯାଇଥାନ୍ତା ତାହେଲେ ଦାୟି କିଏ ହୋଇଥାନ୍ତା?

- Advertisement -

ତେଣୁ ମାମଲାରେ ନିରପେକ୍ଷ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ କୌଣସି ବିଭାଗୀୟ କର୍ମଚାରୀ ଜୀବନକୁ ବାଜି ଲଗାଇ ସରକାରୀ ସେବା କରିବେ ବା କାହିଁକି? ପ୍ରକାଶଥାଉକି ଚଳିତବର୍ଷ ବନ ବିଭାଗ ପକ୍ଷରୁ ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ହୋଇଥିବା ବିପୁଳ ପରିମାଣର ଗଂଜେଇ ଚାଷ ନଷ୍ଟ କରାଯାଇଥିଲା। ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ଗଂଜେଇ ଚାଷ ନଷ୍ଟ କରାଯାଇଥିଲା। କିନ୍ତୁ ସୀମାନ୍ତ ଓ ଆଭ୍ୟନ୍ତରୀଣ ଥାନା ଫାଣ୍ଡି ଗୁଡିକରେ କାର୍ଯ୍ୟରତ ଥିବା ଅଧିକାଂଶ ପୋଲିସ କର୍ମଚାରୀ ଉପରିସ୍ଥ ଅଧିକାରୀମାନଙ୍କୁ ଖୋସାମତ ତଥା ଅନ୍ୟ ଉପାୟ ଅବଲମ୍ବନ କରି ସଂପୃକ୍ତ ଥାନା ଫାଣ୍ଡିରେ ପୋଷ୍ଟିଂ ହୋଇଥିବାବେଳେ ସେମାନଙ୍କ ପରୋକ୍ଷ ପ୍ରୋତ୍ସାହନରେ ଏହି ବେଆଇନ କାରବାର ଜିଲାରେ ଚାଲିଥିବା କୁହାଯାଉଅଛି। ବନ ବିଭାଗ ଓ ଜିଲା ପୋଲିସ ପକ୍ଷରୁ ଗଂଜେଇ ଚାଷ ନଷ୍ଟ କରାଗଲେ ପରୋକ୍ଷରେ ଏହି କାରବାରରେ ସଂପୃକ୍ତ ଥିବା ପୋଲିସ କର୍ମଚାରୀମାନେ କ୍ଷତିଗ୍ରସ୍ତ ହେଉଥିବାରୁ ବିଭାଗ ମଧ୍ୟରେ ଅସନ୍ତୋଷର ବାତାବରଣ କୁହୁଳୁଛି। ସରକାର ସମସ୍ତ କର୍ମଚାରୀଙ୍କୁ ସମ୍ପତି ତାଲିକା ଦେବା ବାଧ୍ୟତାମୂଳକ କରିଥିବାବେଳେ ଜିଲା ପୋଲିସରେ ଗୃହରକ୍ଷୀ ଠାରୁ ଆରମ୍ଭ କରି ବଡ ବଡ ଅଧିକାରୀ ପର୍ଯ୍ୟନ୍ତ ବେଆଇନ ଗଂଜେଇ କାରବାରରୁ କୋଟିପତି ହୋଇସାରିଲେଣି। ବେଆଇନ କାରବାରରେ ସଂପୃକ୍ତ କର୍ମଚାରୀମାନେ ସେମାନଙ୍କ ନିକଟ ସଂପର୍କିୟମାନଙ୍କ ନାମରେ କୋଟି କୋଟି ଟଙ୍କାର ଜମିବାଡି ଓ ସଂପତି କରିସାରିଥିଲେ ମଧ୍ୟ ସେମାନଙ୍କୁ ଅଙ୍କୁଶ ଲଗାଇବା ପରିବର୍ତ୍ତେ ଗଂଜେଇ ଚାଷ ନାମରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିରିହ ଗରିବ ଲୋକମାନଙ୍କୁ ଗିରଫ କରି ଜିଲାର କାରାଗାର ଭର୍ତ୍ତି କରିସାରିଲେଣି। କିନ୍ତୁ ପ୍ରକୃତ ଗଂଜେଇ ମାଫିଆମାନେ ପୋଲିସକୁ ମାଲେମାଲ କରି ଆଇନଠାରୁ ସୁରକ୍ଷିତ ଦୂରତାରେ ରହି ଦିନକୁ ଦିନ ସେମାନଙ୍କ କଳା ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ତେଣୁ ଦୃଢତାର ସହିତ ଏସବୁକୁ ଦମନ କରାନଗଲେ ଆଜି କେବଳ ବନ ବିଭାଗ ନୁହେଁ ପେଟ୍ରୋଲିଂରେ ଥିବା ପୋଲିସ ଗାଡି ମଧ୍ୟ ଆକ୍ରମଣର ଶିକାର ହେବାର ଆଶଙ୍କା ରହିଛି।

ସୂଚନା ମୁତାବକ ଗୁଳିକାଣ୍ଡ ଘଟଣାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଅଣଗେଜେଟେଡ ବନ ସେବା ସଂଘର ଜୋନାଲ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣାରେ ପରବର୍ତି କାର୍ଯ୍ୟପନ୍ଥା ନିଷ୍ପତି ନିଆଯିବାର ରହିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସଂଘ କଠୋର ନିଷ୍ପତି ନେବାର ସମ୍ଭାବନା ଦେଖାଦେଇଛି। ଏପରିକି ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଭବିଷ୍ୟତରେ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ କରିବାର ସମ୍ଭାବନା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories