www.samajalive.in
Monday, December 8, 2025
24.1 C
Bhubaneswar

ନକଲି ପ୍ରମାଣପତ୍ର ଜାଲରେ ମାଳଭୂମି, ୨୨ଜଣଙ୍କ ନାମରେ ମାମଲା

ଜୟପୁର: ନକଲି ପ୍ରମାଣପତ୍ରର ମାୟା ଜାଲରେ ଛନ୍ଦି ହୋଇଛି ମାଳଭୂମି। ମାଳମାଳ ନକଲି ପ୍ରମାଣପତ୍ର ଦେଇ ବିଭିନ୍ନ ଚାକିରିରେ ବହୁ ଲୋକ ଚାକିରିରେଥିବା ଅଭିଯୋଗ ହୋଇ ଆସୁଛି। ଏଭଳି ସମୟରେ ଗ୍ରାମୀଣ ଡାକସେବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୨ଜଣ ନକଲି ପ୍ରମାଣପତ୍ର ଦେଇଥିବା ଚାଞ୍ଚଲ୍ୟକର ତଥ୍ୟ ପାଦାକୁ ଆସିଛି। ଜୟପୁର ଡିଭିଜନ ସିନିୟର ସୁପେରିଟେଣ୍ଟେଣ୍ଟ( ଖଣ୍ଡୀୟ ବରିଷ୍ଠ ଅଧୀକ୍ଷକ )ନକଲି ପ୍ରମାଣପତ୍ର ସମ୍ପର୍କରେ ଜାଣିବା ପରେ ଏ ନେଇ କୋରାପୁଟ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଗତ ଫେବୃୟାରୀ ମାସରେ ଗ୍ରାମୀଣ ଡାକସେବା ନିମନ୍ତେ ଅନ୍‌ଲାଇନରେ ଆବେଦନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଓଡିଶାର ବିଭିନ୍ନ ଜିଲାର ଇଛୁକ ପ୍ରାର୍ଥୀ ଆବେଦନ କରିଥିଲେ। ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ପ୍ରାର୍ଥୀଙ୍କ ମାର୍କସିଟ ଗୁଡିକ ତନ୍ନ ତନ୍ନ କରି ଡାକ ବିଭାଗ ଯାଞ୍ଚ କରିଥିଲା। ସେଥିମଧ୍ୟରୁ ୨୨ଜଣ ଗ୍ରୀମୀଣ ଡାକସେବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ନକଲି ପ୍ରମାଣପତ୍ର ଜାଲ୍‌ ଥିବା ପୋଷ୍ଟାଲ ଅଧିକାରୀ ଜାଣିବାକୁ ପାଇଥିଲେ। ଜାଲ ସାର୍ଟିଫିକେଟ ଦେଇ ଥିବା ଆବେଦନକାରୀଙ୍କ ୨୨ ଜଣଙ୍କ ମଧ୍ୟରୁ ଅନେକ ରାଜ୍ୟ ବାହାରରୁ ସାର୍ଟିଫିକେଟ ଆଣି ଥିବା ଡାକ ଅଧିକାରୀ ଜାଣିବାକୁ ପାଇଥିଲେ। ଏହି ସମସ୍ତ ବିଷୟ ଜଣାପଡ଼ିବା ପରେ ଜୟପୁରର ଖଣ୍ଡୀୟ ଅଧୀକ୍ଷକ (ଡିଭିଜିନାଲ ସୁପରିଟେଣ୍ଡେଣ୍ଟ) ମନୋଜ ପ୍ରାଗଢା କୋରାପୁଟ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଗତ ୨୮ତାରିଖରେ ଲିଖିତ ଭାବେ ଜଣାଇଛନ୍ତି। କୋରପୁଟ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନାକାର ପତ୍ର ପାଇବା ପରେ କୋରାପୁଟ ଥାନାରେ ନକଲି ପ୍ରମାଣପତ୍ର ନେଇ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି। ମାଲକାନଗିରି, କନ୍ଧମାଳ, କୋରାପୁଟ, ଭଦ୍ରକ ନବରଙ୍ଗପୁର , ମୟୁରଭଞ୍ଜ , କଳାହାଣ୍ଡି ଜିଲାର ୨୨ଜଣ ନକଲି ପ୍ରମାଣପତ୍ର ଦେଇ ଆବେଦନ କରିଥିବା ନଜରକୁ ଆସିଥିବା ନେଇ ଅଧୀକ୍ଷକ ମନୋଜ ପ୍ରାଗାଢ ସୂଚନା ଦେଇଛନ୍ତି। ଆଜି ଏହାର ଏକକିତା ନକଲ ଜୟପୁର ଟାଉନ ଥାନାରେ ଦିଆଯାଇଥିବା ଶ୍ରୀ ପ୍ରଗାଢା ଜଣାଇଛନ୍ତି। କୋରାପୁଟ ଟାଉନ ଥାନାରେ ମାମଲା ରୁଜୁ କରାଯାଇଥିବା ହେତୁ ଉକ୍ତ ଥାନାରେ ତଦନ୍ତ କରାଯାଉଥିବା ସୂଚନା ମିଳିଛି। କୋରାପୁଟ ଥାନାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories