www.samajalive.in
Saturday, December 13, 2025
18.1 C
Bhubaneswar

ଭିଜିଲାନ୍ସ ଅଦାଲତ ରାୟ, ଖାକୀ ଅଧିକାରୀଙ୍କୁ ଜେଲ ଓ ତଣ୍ଡ

ସୁନ୍ଦରଗଡ଼: ଅପରାଧିକ ମାମଲାକୁ ରଫାଦଫା କରିବା ପାଇଁ ୧୫ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଭଷ୍ମା ଥାନାର ପୂର୍ବତନ ଅଧିକାରୀଙ୍କୁ ଜେଲ ଓ ତଣ୍ଡ ହୋଇଥିବାର ଜଣାପଡ଼ିଛି। ଆଜି ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍‌ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ଭଷ୍ମା ଥାନାର ତତ୍କାଳୀନ ଅଧିକାରୀ ସୁଜିତ କୁମାର ସାହୁ ସୁନ୍ଦରଗଡ଼ ଟାଉନ ଅଞ୍ଚଳରେ ବସବାସ କରୁଥିବା ତ୍ରିବିକ୍ରମ ବକ୍ସିଙ୍କ ପୁଅ ଏକ ମାମଲାରେ ଛନ୍ଦି ହୋଇପଡ଼ିଥିଲେ। ଏହାକୁ ରଫାଦଫା କରିବା ପାଇଁ ଥାନା ଅଧିକାରୀ କୁଆଡ଼େ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରବର୍ତ୍ତି ସମୟରେ ୧୫ ହଜାର ଟଙ୍କାରେ କଥା ପକ୍କା ଥିବା ବେଳେ ଏ ସଂପର୍କରେ ବକ୍ସି ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିବାରୁ ସ୍ଥିରିକୃତ ହୋଇଥିବା ତାରିଖ ୧୮.୭.୨୦୦୭ ଦିନ ଉକ୍ତ ଟଙ୍କାକୁ ନେଇ ବକ୍ସି ଥାନା ଅଧିକାରୀଙ୍କ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ତାଙ୍କ ବିରୋଧରେ ଅଭିଯୋଗପତ୍ର ଅଦାଲତରେ ଦାଖଲ କରାଯାଇଥିଲା।

ଭିଜିଲାନ୍ସ ଜଜ୍‌ ଆଜି ଏହି ଲାଞ୍ଚ ଘଟଣାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ନିଜ ରାୟରେ ସ୍ପଷ୍ଟ କରି ତଣ୍ଡ ଅନାଦେୟ ଅଧିକ ୩ମାସ ଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଛନ୍ତି। ଉକ୍ତ ମାମଲାରେ ଅଭିଯୋଗକାରୀ ଶ୍ରୀ ବକ୍ସି ମଧ୍ୟ ଅଦାଲତରେ ଲାଞ୍ଚ ଦେବା ଘଟଣାକୁ ଅସ୍ବୀକାର କରିଥିଲେ ମଧ୍ୟ ଭିଜିଲାନ୍ସ ପିପି ଶ୍ୟାମ ସୁନ୍ଦର ମିଶ୍ରଙ୍କ ଯୁକ୍ତି ଓ ବିଭିନ୍ନ ଅଦାଲତ ଦେଇଥିବା ରାୟର ନଜରିକୁ ଉପସ୍ଥାପନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories