www.samajalive.in
Sunday, December 14, 2025
23.1 C
Bhubaneswar

ଜିଲା କୃଷକ ସୁରକ୍ଷା ସଙ୍ଗଠନର ନୂତନ କର୍ମକର୍ତ୍ତା ନିର୍ବାଚିତ

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ଗୋଳାବନ୍ଧ କଲ୍ୟାଣ ମଣ୍ଡପ ଠାରେ ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଙ୍ଗଠନର ଏକ ସାଧାରଣ ସଭା ଶୁକ୍ରବାର ଆୟୋଜିତ ହୋଇଯାଇଛି। ଉପ ସଭାପତି ହରି ଶଙ୍କର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ରୂପେ ଉମେଶ ଚନ୍ଦ୍ର ମିଶ୍ର, ଉପ ସଭାପତି ସୁଶାନ୍ତ କୁମାର ପଣ୍ଡା, ବିପିନ ବିହାରୀ ଭୋଇ, ସରୋଜ ପ୍ରଧାନ, ଯୋଗ ବିହାରି ପରିଡ଼ା, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ପ୍ରଧାନ, ସହ ସମ୍ପାଦକ ଦିଲିପ ସାହୁ, ଗଣେଶ ମହତ୍ତମ, ସାଲେଗ୍ରାମ ପ୍ରଧାନ ଓ ଲକ୍ଷ୍ମନ ଖମାରୀ, କୋଷାଧ୍ୟକ୍ଷ ସୁବ୍ରତ ପଣ୍ଡା ଓ ସହ କୋଷାଧ୍ୟକ୍ଷ ରୂପେ ସନତ ମିଶ୍ର ଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ଉପଦେଷ୍ଟା ମଣ୍ଡଳୀରେ ଇନ୍ଦ୍ରାନୁଜ ପଣ୍ଡା, ଅଶୋକ ପ୍ରଧାନ, ମୁରାରୀ ପୁରୋହିତ, ହରିଶଙ୍କର ପୁରୋହିତ, ବ୍ୟୋମକେଶ ଠାକୁର, ଦିଲିପ ମହାପାତ୍ର, କୁଶଧ୍ୱଜ ଚୌଧୁରୀ, ସରୋଜ ମହାନ୍ତି, କାହ୍ନୁଚରଣ ମାଝୀ, ଲକ୍ଷ୍ମୀ ନାରାୟଣ ଛତ୍ରିଆ, ସଞ୍ଜିବ ବାରିକ, ଦୋଳଗୋବିନ୍ଦ ନାଏକ, ପ୍ରଦୀପ ପାତ୍ର, ତରଣୀ ସେନ ଭୋଇ, ଭୈରବ ପ୍ରଧାନ, ଅଶ୍ୱିନୀ ହୋତା, ବିଭୂ ପଟ୍ଟନାୟକ, ପ୍ରକାଶ ପ୍ରଧାନ, ଘନଶ୍ୟାମ କର, ଜୟନ୍ତ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ଏମ. ଗୋବିନ୍ଦୁ ଓ ସରୋଜ ମହାପାତ୍ର ଙ୍କୁ ସାମିଲ କରାଯାଇଛି ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories