www.samajalive.in
Sunday, December 7, 2025
26.1 C
Bhubaneswar

ଖୋଲା ମଞ୍ଚ ନିର୍ମାଣ ଓ ପଡ଼ିଆ ସଂରକ୍ଷଣ ଦାବି

ସମ୍ବଲପୁର: ସମ୍ବଲପୁରୀ ସଂସ୍କୃତିର ସଂରକ୍ଷଣ ପାଇଁ ସମ୍ବଲପୁର ଜେଲ ଛକ ପାଖରେ ୨୦୧୭ ମସିହାରେ ଗୁରୁ ସତ୍ୟନାରାୟଣ ସ୍ମୃତି ଉଦ୍ୟାନ ନିର୍ମାଣ କରାଯାଇଥିଲା। ଏହି ଉଦ୍ୟାନ ନିକଟରେ ପ୍ରତିବର୍ଷ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଥିବା ବେଳେ ଏହା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସ୍ମୃତି ଉଦ୍ୟାନ ସଂଲଗ୍ନ ଅଞ୍ଚଳରେ ରହିଥିବା ଜବରଦଖଲ ଗୁଡିକୁ ପ୍ରଶାସନ ପକ୍ଷରୁ ହଟାଯିବା ପରେ ଖାଲି ପଡ଼ିଥିବା ଖୋଲା ସ୍ଥାନରେ ଜନତାଙ୍କ ପାଇଁ ଏକ ସ୍ମୃତି ଉଦ୍ୟାନ ଓ ଏହାର ସଂଲଗ୍ନ ସ୍ଥାନରେ ୨ ଏକର ସ୍ଥାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂରକ୍ଷିତ କରିବା ପାଇଁ ଜିଲାପାଳ ଙ୍କୁ ଅନୁରୋଧ କରାଯାଇଛି। ଖାଲି ଥିବା ସ୍ଥାନରେ ଏକ ଖୋଲା ମଞ୍ଚ ନିର୍ମାଣ କରାଗଲେ ସବୁ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମ୍ବଲପୁରୀର ପ୍ରଚାର ପ୍ରସାର ପାଇଁ ମଧ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏହି ମର୍ମରେ ଶୁକ୍ରବାର ଜିଲାପାଳଙ୍କୁ ସାକ୍ଷାତକାର କରି ଦାବିପତ୍ର ପ୍ରଦାନ ସହିତ ଆଲୋଚନା ସମୟରେ ମଞ୍ଚର ଆବାହକ ଭବାନୀଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ଓ କାର୍ଯ୍ୟକ୍ରମ ସଂଯୋଜକ ଡ. ପ୍ରମୋଦ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories