www.samajalive.in
Monday, December 8, 2025
24.1 C
Bhubaneswar

ବିଶାଳଖିଣ୍ଡା ଠାରେ ରାମଲୀଳା ମହୋତ୍ସବ ଉଦଘାଟିତ

ସମ୍ବଲପୁର: ସମ୍ବଲପୁରର ଧନକଉଡା ବ୍ଲକ ଅର୍ନ୍ତଗତ ବିଶାଲଖିଣ୍ଡା ଗ୍ରାମ ଠାରେ ଚୈତ୍ର ମାସ ଉପଲକ୍ଷେ ରାମଲୀଳା ମହୋତ୍ସବ ଆରମ୍ଭ ହୋଇଯାଇଛି। ଗୁରୁବାର ଏହି ମହୋତ୍ସବ ପାଇଁ କଳସ ଯାତ୍ରା ଓ ସ୍ଥାପନ କରାଯାଇଥିଲା। ଶୁକ୍ରବାର ଉଦଘାଟନୀ ଉତ୍ସବର ଅବସରରେ ରାବଣ ତପସ୍ୟା ଓ ରାମଜନ୍ମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ଜିଲା ପରିଷଦ ସଦସ୍ୟ ସୁନୀଲ ମିଶ୍ର, ଧନକଉଡା ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ବେହେରା, ବିଶାଲଖିଣ୍ଡା ସରପଞ୍ଚ ସରିତା ନାଥ, ଗୋପାଳ ଅଗ୍ରୱାଲ, ସଭାପତି ଦୁର୍ଗା ପ୍ରସାଦ ପୂଜାରୀ, ସମ୍ପାଦକ ଜ୍ୟୋତି ରଞ୍ଜନ ବରାଇ, ସମାଜସେବୀ ଓ କମ୍ୟୁନିଟି ପୁଲିସର ମୁଖ୍ୟ କମାଣ୍ଡର କଳାରତ୍ନ ବଂଶୀଧର କର ତଥା ଗ୍ରାମର ବହୁ ବରିଷ୍ଠ ନାଗରିକ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି ୮ ଦିନ ବ୍ୟାପି ଧାର୍ମିକ ମହୋତ୍ସବରେ ଏପ୍ରିଲ ୧ ତାରିଖରେ ରାବଣର ଦିଗବିଜୟ, ସୀତା ସ୍ୱୟମ୍ବର, ରାମ ବନବାସ, ଭରତ ପାଦୁକା ଗ୍ରହଣ, ୨ ତାରିଖରେ ମନ୍ଦୋଦରୀ ବିବାହ, ସୀତା ଚୋରୀ, ୩ ତାରିଖରେ ଶବରୀ ଅଇଁଠା, ବାଳୀବଧ, ୪ ତାରିଖରେ ସୀତା ଠାବ, ଲଙ୍କା ପୋଡି, ୫ ତାରିଖରେ କୁମ୍ଭକର୍ଣ୍ଣ ବଧ, ରାମ ଲକ୍ଷ୍ମଣଙ୍କୁ ନାଗ ଫାସରେ ବନ୍ଧନ ଓ ୬ ତାରିଖରେ ଲକ୍ଷ୍ମଣ ଶକ୍ତିଭେଦ, ରାବଣ ବଧ, ବିଭିଷଣ ରାଜ୍ୟାଭିଷେକ ଓ ମହୋତ୍ସବ ସମାପନ ହେବ ବୋଲି ରାମଲୀଳା କମିଟି ବିଶାଲଖିଣ୍ଡା ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories