ସମ୍ବଲପୁର: ସମ୍ବଲପୁରର ଲେଡି ଲୁଇସ ଉଚ୍ଚ ବାଳିକା ବିଦ୍ୟାଳୟରେ ଶୁକ୍ରବାର ଷଷ୍ଠ ରୁ ନବମ ଶ୍ରେଣୀ ପାଇଁ ଏକ ଅଭିଭାବକ ଓ ଶିକ୍ଷକ ସଭାର ଆୟୋଜନ କରାଯାଇଥିଲା। ବାର୍ଷିକ ପରୀକ୍ଷାର ଫଳାଫଳର ଅନୁଶୀଳନ ପ୍ରକ୍ରିୟା, ପ୍ରଗତି ପତ୍ର ବଣ୍ଟନ ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କମଳିନୀ ଆଚାର୍ଯ୍ୟ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ଦାସ ନବମ ଶ୍ରେଣୀ, ସୁନିତି ଦାସ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ସର୍ବାଧିକ ୧୦ ଜଣ ଛାତ୍ରୀ ମାନଙ୍କର ନାମ ଘୋଷଣା କରିଥିଲେ। ଆଗାମୀ ପରୀକ୍ଷା ଫଳ ଓ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଭିଭାବକ ମାନେ ସୁଚିନ୍ତିତ ମତାମତ ପୋଷଣ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ବିଣାପାଣି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



