www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସକୁ କଟୁରୀରେ ଆକ୍ରମଣ ; ଅଭିଯୁକ୍ତ ବାବା ଅଟକ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଜାମୁଡ଼ିସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୋର୍ଟ ରୁ ଆସିଥିବା ସମନ୍ ଦେବାକୁ ପୁଲିସ ପଦ୍ମଲୋଚନ ପାତ୍ର ନାମକ ଜଣେ ବାବାଙ୍କ ପାଖକୁ ଯାଇଥିଲା। ପୁଲିସକୁ ଦେଖି ଏହି ଅଭିଯୁକ୍ତ ବାବା ଜଣକ ସେମାନଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଦୀର୍ଘ ଘଣ୍ଟାର ଖଣ୍ଡଯୁଦ୍ଧ ପରେ ବାବାକୁ କାବୁ କରାଯାଇଛି। ସେପଟେ ଏହି ଆକ୍ରମଣରେ ନୀଳଗିରି ଥାନା ଏସ୍ଆଇ ବିରଞ୍ଚି ସାହୁ, ଏଏସ୍ଆଇ ପ୍ରବୋଧ ମଲିକ, ଅନନ୍ତ ମୁର୍ମୁ, କନଷ୍ଟେବଳ ଅର୍ଜୁ ମାଡ଼ିଙ୍ଗା ଓ ଦୀପକ ପ୍ରଧାନ ଲହୁ ଲୁହାଣ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଯେ ଅଭିଯୁକ୍ତ ବାବା ଜଣକ ୨୦୨୧ ମସିହାରେ ଏକ ହତ୍ୟା ଉଦ୍ୟମ ମାମଲାରେ ଜଡ଼ିତ ଥିଲେ। ସେ ପୂର୍ବରୁ ପୁଲିସ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରିଥିଲା। ଏନେଇ ନୀଳଗିରି ଆଇଆଇସି ଗୋପାଳ କର୍ଣ୍ଣ ଅଧୀକ ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories