www.samajalive.in
Sunday, December 7, 2025
15.1 C
Bhubaneswar

ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ରାମଲୀଳା ଆରମ୍ଭ, ବିରଳ ପରମ୍ପରା ଓ ଭାଇଚାରାର ନିଦର୍ଶନ

ବୌଦ୍ଧ: ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ରାମଲୀଳା ଉତ୍ସବ ପବିତ୍ର ରାମନବମୀ ଠାରୁ ସ୍ଥାନୀୟ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣସ୍ଥ ମାରୁତୀ ମଣ୍ଡପ ଠାରେ ଆରମ୍ଭ ହୋଇଛି। ରାମ ନବମୀ ଉତ୍ସବ ଅବସରରେ ସାରା ବୌଦ୍ଧ ସହର ଚଳ ଚଞ୍ଚଳ ରହିବା ସହିତ ଯାତ୍ରାନୁଷ୍ଠାନ ରାମଲୀଳା ନାଟ୍ୟ ସଂସଦର ସମସ୍ତ ସଦସ୍ୟ ୧୮ ଦିନ ପରମ୍ପରା ଅନୁଯାୟୀ ବ୍ରତ ଧାରଣ କରିଥିଲେ। ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ମହାନଦୀର ପବିତ୍ର ଜଳକୁ ୧୦୮ କଳସୀରେ ଏକ ବିରାଟ ଶୋଭାଯାତ୍ରାରେ ଅଣାଯାଇ ମାରୁତୀ ମଣ୍ଡପଠାରେ ସ୍ଥାପନ କରାଯାଇଛି।

ଦିନ ତମାମ ସହରର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରଘୁନାଥ ଜୀଉ ମନ୍ଦିରରେ ଭିଡ ଜମାଇ ରାମନବମୀ ପୂଜନୋତ୍ସବରେ ଅଂଶଗ୍ରହଣ କରିଥିଲେ। ବିରଳ ପରମ୍ପରା ଓ ଭାଇଚାରାର ନିଦର୍ଶନ ଦେଖାଇ ଏହି ପବିତ୍ର ଦିନରେ ସହରର ମୁସଲମାନ ଭାଇମାନେ ଆଜି ଜୀବ ହତ୍ୟା ବନ୍ଦ କରିବା ସହିତ ସଂପୁର୍ଣ୍ଣ ମାଂସ ଓ ମାଛ ବଜାର ବନ୍ଦ ରହିଛି। ଯାତ୍ରାରେ ଅଂଶଗ୍ରହଣ କରିଥିବା ବ୍ରତୀମାନେ ଆଜିଠାରୁ ନିଜସ୍ୱ ଗୃହ ତ୍ୟାଗ କରିଛନ୍ତି। ଏହି ଯାତ୍ରା ସମୟରେ ସମସ୍ତ ବ୍ରତୀ ଗୋଟିଏ ଓଳି ହବିଷ୍ୟାନ୍ନ ଭକ୍ଷଣ କରିବା ସହିତ ସମସ୍ତ ସୁଖ ସ୍ୱାଛନ୍ଦ୍ୟକୁ ତ୍ୟାଗ କରି ଭୂମିରେ ଶୋଇବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତିି। ୧୮ ଦିନ ଧରି ରାମଲୀଳା ଯାତ୍ରା ଅବସରରେ ଭଗବାନ ଶ୍ରୀରାମଙ୍କ ଜୀବନ ଚରିତକୁ ମାରୁତୀ ମଣ୍ଡପ ଠାରେ ବ୍ରତୀମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯିବ।

- Advertisement -

ପରମ୍ପରା ଅନୁଯାୟୀ ପ୍ରଥମ ଦିବସରେ ଭଗବାନ ଶ୍ରୀରାମଙ୍କ ସହିତ ତାଙ୍କର ଅନ୍ୟ ଭ୍ରାତାମାନଙ୍କ ଜନ୍ମ ବୃତାନ୍ତକୁ ଯାତ୍ରା ନାଟକ ଶୈଳୀରେ ପରିବେଷଣ କରାଯାଇଛି। ସନ୍ଧ୍ୟା ସମୟରୁ ଏହି ଯାତ୍ରା ଆରମ୍ଭ ହୋଇ ରାମାୟଣ ପାରାୟଣ, ଭଜନସନ୍ଧ୍ୟା ଓ ନିର୍ବାକ୍ ନୃତ୍ୟ ନାଟିକା ପରେ ପ୍ରତିଦିନ ରାତିସାରା ରାମାୟଣର କଥାବସ୍ତୁକୁ ନେଇ ଯାତ୍ରା ନାଟକ ଶୈଳୀରେ ନାଟକ ଚାଲୁ ରହିବ।
ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ଲିଖିତ ନାଟକ କଥାବସ୍ତୁକୁ ବର୍ଷିୟାନ ନିର୍ଦ୍ଦେଶକ ଭବାନୀଶଙ୍କର ମହାପାତ୍ର ଓ ଯୁବ ସଙ୍ଗିତକାର ତୁଷାରକାନ୍ତ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି।

ରାମଲୀଳା ନାଟ୍ୟ ସଂସଦର ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର,କାର୍ଯ୍ୟକାରୀ ସଭାପତି ଜୟନାରାୟଣ ମହାନ୍ତି,ସଂପାଦକ ମନୋଜ କୁମାର ସାହୁ,କୋଷାଧ୍ୟକ୍ଷ ପ୍ରମୋଦ କୁମାର ପ୍ରଧାନ,ନାଟ୍ୟ ପରିଚାଳକ ରଂଜନ କୁମାର ବାରିକ୍ ଓ ଭଣ୍ଡାର ରକ୍ଷକ ଗଣ୍ଡା ଷାଣ୍ଢଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ଏହି ରାମଲୀଳା ଯାତ୍ରାର ପ୍ରମୁଖ ଦାୟିତ୍ୱ ପ୍ରଦାନ କରାଯାଇଛି। ବୌଦ୍ଧରେ ଗଣପର୍ବର ମାନ୍ୟତା ପାଇସାରିଥିବା ଏହି ରାମଲୀଳା ଯାତ୍ରା ଜିଲାର ବାଉଁଶୁଣୀ, ବରଝୁଲି,କେଲାକଟା,ସରସରା,ବାମଣ୍ଡା,ଗୋବିନ୍ଦ ପୁର,ପୋଲାମ. ନାରାୟଣ ନଗର, ଦେବଗଡ ଓ ତେଲିବନ୍ଧ ସମେତ ଅନେକ ଗ୍ରାମରେ ପ୍ରତିବର୍ଷ ପରି ପାରମ୍ପରିକ ନିତିରେ ଆରମ୍ଭ ହୋଇଛି ।

ବିଶେଷ ଭାବରେ ନିଷ୍ଠା ଓ ଶ୍ରଦ୍ଧାରେ ପାଳିତ ହେଉଥିବା ବୌଦ୍ଧ ରାମଲୀଳା ଯାତ୍ରାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି। ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତୀୟ ରାମଲୀଳା ମହୋତ୍ସବରେ ଏହି ଯାତ୍ରା ଅନୁଷ୍ଠାନ ନିଜର ଦକ୍ଷତା ପ୍ରତିପାଦନ କରିସାରିଥିବାବେଳେ ଜିଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦର୍ଶକମାନଙ୍କ ପାଇଁ ଆକର୍ଷଣ ସୃଷ୍ଟି କରିବାରେ ସଫଳ ହୋଇପାରିଛି। ଜିଲାପ୍ରଶାସନ ପକ୍ଷରୁ ରାମଲୀଳା ଯାତ୍ରା ଧୁମଧାମରେ ପାଳନ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଇଛି। ନିଜେ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୧୮ ଦିନ ବ୍ୟାପୀ ହେବାକୁଥିବା ଏହି ଯାତ୍ରା ଶାନ୍ତିଶୃଙ୍ଖଳାରେ ଆୟୋଜନ ପାଇଁ ସମୀକ୍ଷା ବୈଠକ କରାଯାଇ ସମସ୍ତ ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ଜିଲା ପୋଲିସ ପକ୍ଷରୁ ଯାତ୍ରା ଆୟୋଜନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories