www.samajalive.in
Monday, December 15, 2025
16.1 C
Bhubaneswar

କରୋନା : ଭୟଭୀତ ହେବାର ଆବଶ୍ୟକତା ନାହିଁ – ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଦିଲ୍ଲୀର କରୋନା ଅବସ୍ଥା ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକ ପରେ ସାମ୍ବାଦିକ ସମ୍ମିଳନୀ ପରେ କେଜ୍ରିୱାଲ କହିଛନ୍ତି , ଚିନ୍ତା କରିବାର କିଛି ନାହିଁ, ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଜିନୋମ ସିକ୍ୱେନ୍ସିଂ କରାଯାଉଛି। ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୯୫ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ୯୩୨ ଟି ସକ୍ରିୟ ମାମଲା ରହିଛି। କରୋନା ପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସାବଧାନ ହେବା ଆବଶ୍ୟକ ।
କେନ୍ଦ୍ର ସରକାର ସେହି ରାଜ୍ୟଗୁଡିକର ନାମ ପ୍ରକାଶ କରିଛନ୍ତି ଯେଉଁଥିରେ କରୋନା ମାମଲା ବୃଦ୍ଧି ପାଉଛି,ଦିଲ୍ଲୀର ନାମ ସେଥିରେ ଅନ୍ତର୍ଭୁକ୍ତ ନୁହେଁ । ମାର୍ଚ୍ଚ ୧୫ ରେ ଦିଲ୍ଲୀରେ ୧୫ ଟି ମାମଲା ଥିଲା, ବର୍ତ୍ତମାନ ଏହା ୨୯୫ କୁ ବୃଦ୍ଧି ପାଇଛି। ଏହି ମାମଲାଗୁଡ଼ିକ କାହିଁକି ବୃଦ୍ଧି ପାଉଛି, ସେଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି।

 

- Advertisement -

 

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories