www.samajalive.in
Sunday, December 14, 2025
15.1 C
Bhubaneswar

ଆଇପିଏଲ୍‌-୨୦୨୩ : ଧୋନି-ପାଣ୍ଡ୍ୟା ଉଦ୍‌ଘାଟନୀ ମୁକାବିଲା

ଅହମ୍ମଦାବାଦ୍‌ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୬ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ଯାଉଛି । ଗତଥରର ବିଜେତା ଗୁଜରାଟ ଟାଇଟାନ୍‌ସ ଓ ୪ଥର ବିଜେତା ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ମ୍ୟାଚ ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ୨୦୧୧ ଓ ୨୦୨୨ ପରେ ୨୦୨୩ରେ ୩ୟ ଥର ଲାଗି ୧୦ଟି ଦଳକୁ ନେଇ ଆଇପିଏଲ ଖେଳାଯିବ। ୩ବର୍ଷ ପରେ ପୁଣି ଆଇପିଏଲ ତାର ପୁରୁଣା ଫର୍ମାଟକୁ ଫେରିଛି। ପ୍ରତ୍ୟେକ ଦଳ ଘରୋଇ ଓ ବାହାରେ ମ୍ୟାଚ ଖେଳିବେ।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ୫ମ ଥର ଟ୍ରଫି ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଦଳ ନିକଟରେ ବେନ୍‌ ଷ୍ଟୋକ୍‌ସ, ରବୀନ୍ଦ୍ର ଜାଡେଜା, ମାହିଶ ତୀକ୍ଷଣ, ମୋଇନ୍‌ ଅଲୀଙ୍କ ଭଳି ତାରକା ଖେଳାଳି ରହିଛନ୍ତି। ଜାଡେଜା ଓ ମୋଇନ୍‌ ଅଲରାଉଣ୍ଡର ଭୂମିକା ତୁଲାଇବେ। ଶ୍ରୀଲଙ୍କାର ଅଫ୍‌ସ୍ପିନର ମାହିଶ ତୀକ୍ଷଣ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି। ଦ୍ରୁତ ବୋଲିଂ ବିଭାଗ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଡ୍ବେନ ବ୍ରାଭୋଙ୍କ ପରେ ଏବେ ଇନିଂସ ଶେଷରେ ବୋଲିଂ ଦଳ ପାଇଁ ଚିନ୍ତାର ବିଷୟ। ଦ୍ରୁତ ବୋଲିଂ ବିଭାଗରେ ମୁକେଶ ଚୌଧୁରୀ ୨୦୨୨ ଆଇପିଏଲରେ ୧୬ଟି ୱିକେଟ ନେଇଥିଲେ। ହେଲେ ଏଥର ମୁକେଶ ଦଳରେ ନାହାନ୍ତି। ଏବେ ଦଳର ଦ୍ରୁତ ବୋଲିଂ ଭାର ମୁଖ୍ୟତଃ ସିମରଜିତ ସିଂହ ଓ ଦୀପକ ଚହରଙ୍କ ଉପରେ ନିର୍ଭର କରିବ। ଗତ ସିଜିନରେ ଆହତ ହୋଇ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍‌ ପଡିଥିବା ଚହର ଚଳିତବର୍ଷ ଦୃଢ ପ୍ରତ୍ୟାବର୍ତ୍ତନ କରିବାର ଲକ୍ଷ୍ୟ ରଖିଛନ୍ତି। ବ୍ୟାଟିଂ ବିଭାଗରେ ନ୍ୟୁଜିଲାଣ୍ଡର ଡେଭନ କନ୍‌ୱେ, ଋତୁରାଜ ଗାଏକ୍‌ୱାଡ୍‌, ଅମ୍ବତି ରାୟୁଡୁ, ଶିବମ୍‌ ଦୁବେ, ଦକ୍ଷିଣ ଆଫ୍ରିକାର ସିସାନ୍ଦା ମାଗାଲା ପ୍ରମୁଖ ରହିଛନ୍ତି। ଗୁଜରାଟ ବିପକ୍ଷ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ସିଏସ୍‌କେ ରଖିଛି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ୨୦୨୨ ଆଇପିଏଲରେ ପଦାର୍ପଣ କରି ଚମ୍ପିଆନ ହୋଇଥିଲା। ବ୍ୟାଟିଂ ଓ ବୋଲିଂରେ ଦଳ ଶକ୍ତିଶାଳୀ ରହିଛି। ବ୍ୟାଟିଂରେ ଓପନର ଶୁବମାନ ଗିଲ୍‌, ରିଦ୍ଧିମାନ ଶାହା, କେନ୍‌ ୱିଲିୟମସନ,ମାଥ୍ୟୁ ୱେଡ୍‌, ଓଡିଅନ୍‌ ସ୍ମିଥ୍‌ ଓ ଡେଭିଡ୍‌ ମିଲର ପ୍ରମୁଖ ରହିଛନ୍ତି। ହାର୍ଦିକ ମଧ୍ୟ ଅଲରାଉଣ୍ଡର ଦାୟିତ୍ବ ତୁଲାଇବେ। ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ସାମି, ୟଶ ଦୟାଲ, ଆଲଜାରି ଜୋଶେଫ ପ୍ରମୁଖ ରହିଛନ୍ତି। ସ୍ପିନର ଭାବେ ଆର ସାଇକିଶୋର, ରସିଦ ଖାନ ପ୍ରମୁଖ ଭୂମିକା ତୁଲାଇବେ। ଉଭୟ ଦଳ ଗତ ସଂସ୍କରଣରେ ଦୁଇଥର ମୁହଁାମୁହିଁ ହୋଇଥିଲେ। ଗୁଜରାଟ ପ୍ରଥମ ମ୍ୟାଚକୁ ୩ ୱିକେଟ ଓ ୨ୟ ମ୍ୟାଚକୁ ୭ ୱିକେଟରେ ଜିତି ନେଇଥିଲା। ୪୨ ବର୍ଷୀୟ ଧୋନି ପ୍ରାୟ ଶେଷ ଆଇପିଏଲ ଖେଳିବାକୁ ଯାଉଥିବା ବେଳେ ଦଳକୁ ଚମ୍ପିଆନ କରିବାକୁ ନିଶ୍ଚିତ ଉଦ୍ୟମ କରିବେ। ଅନ୍ୟପକ୍ଷରେ ପାଣ୍ଡ୍ୟା ଟାଇଟଲ ବଜାୟ ରଖିବାକୁ ବ୍ୟଗ୍ର। ପ୍ରଥମଥର ପାଇଁ ଆଇପିଏଲରେ ଇମ୍ପାକ୍ଟ ଖେଳାଳି ନିୟମ ଲାଗୁ କରାଯାଇଛି। ଏହା ଆଇପିଏଲକୁ ଅଧିକ ଆକର୍ଷଣୀୟ କରିବା ସହିତ ଅଧିନାୟକଙ୍କ ଦାୟିତ୍ବକୁ ମଧ୍ୟ ବଢ଼ାଇ ଦେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories