www.samajalive.in
Sunday, December 14, 2025
15.1 C
Bhubaneswar

ସହିଦ୍ ମାଟିରେ ବାଟ କଢ଼ାଉଛି ଡିବିରି ଆଲୁଅ

କୋରାପୁଟ : ସହିଦ୍‌ ମାଟିରେ ସ୍ବପ୍ନ ପାଲଟିଛି ବିଜୁଳି ​ସେବା। ସାବେରୀ ନଈ ସେପାରି ଥିବା ୬ଟି ଗାଁର ଅଧିବାସୀଙ୍କ ବାଟ କଢ଼ାଉଛି ଡିବିରି ଆଲୁଅ। ଲଣ୍ଠନ, ଟର୍ଚ୍ଚ ଧରି ବୟସ୍କ ରାସ୍ତା ପାର୍‌ ହେଉଛନ୍ତି, ଆଉ ଆଗାମୀ ପିଢ଼ି ଡିବିରି ଆଲୁଅରେ ଭବିଷ୍ୟ ସ୍ବପ୍ନ ଦେଖୁଛନ୍ତି। ସହିଦ୍‌ଙ୍କୁ ନେଇ ଏ ମାଟି ଗର୍ବ ଅନୁଭବ କରୁଥିବାବେଳେ ଏ ମାଟିର ଅଧିବାସୀ କିନ୍ତୁ ଦୁର୍ବିସହ ଜୀବନ ବିତାଇବା ସରକାରୀ କଳ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି। ଦଶନ୍ଧି ଦଶନ୍ଧି ପରେ ଏ ମାଟିରେ ଟେଲିସେବା ପହଞ୍ଚାଇବା ପାଇଁ ଜୋରସୋର୍‌ ଉଦ୍ୟମ ଚାଲିଥିବା ଓ ଖୁବଶୀଘ୍ର ଏ ମାଟିର ଲୋକେ ଦୂରଭାଷ ସେବା ପାଇବେ ବୋଲି ଆଶା ପ୍ରକାଶ ପାଉଛି। ତଥାପି ବିଜୁଳି ଆଲୁଅ ଅଭାବରୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ସହିଦ୍‌ଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମାରେ ବିଜୁଳି ଆଲୁଅ ପହଞ୍ଚିପାରିଥିଲେ ହେଁ ପଞ୍ଚାୟତର ୬ଟି ଗାଁ ସ୍ବାଧୀନତାର ସାତ ଦଶନ୍ଧି ପରେ ଅନ୍ଧାରରେ। ସାବେରୀ ନଈର ପ୍ରଖର ସ୍ରୋତ ପାର୍‌ କରିପାରୁନି ବିଜୁଳି ସେବା। ତେନ୍ତୁଳିଗୁମ୍ମା ପଞ୍ଚାୟତର ମୋଟ ୧୧ଟି ଗାଁରୁ ସାବେରୀ ନଦୀ ଏପଟେ ତେନ୍ତୁଳିଗୁମ୍ମାକୁ ମିଶାଇ ପାଞ୍ଚଟି ଗାଁ ଥିବାବେଳେ ନଦୀ ଆରପଟେ ମଧୁପୁର, ଭେଜିନିଗୁଡ଼ା, ମାଛାଗୁଡ଼ା, କଣ୍ଟାବାଉଁଶଗୁଡା, ମାକଡ଼ପାଣି, ମାଡ଼ୁକୁଗୁଡ଼ା ରହିଯାଇଛି। ଏହି ୬ ଗାଁବାସୀ ସବୁ ସୁବିଧାରୁ ଅପହଞ୍ଚ। ସୂଚନା ପ୍ରକାରେ ମଧୁପୁରୁରେ ୨୨ଟି ଘରେ ୪୫ଜଣ ବସବାସ କରୁଥିବାବେଳେ କଣ୍ଟାବାଉଁଶଗୁଡ଼ାରେ ୨୫ଘରେ ୭୦ଜଣ, ମାଛାଗୁଡ଼ାରେ ୩୦ଘରେ ୯୦ଜଣ, ଭେଜିନିଗୁଡ଼ାରେ ୪୫ଘରେ ୧୨୦ଜଣ, ମାକଡ଼ପାଣିରେ ୫୫ଘରେ ୧୭୦ଜଣ ଏବଂ ମାଡ଼କୁଗୁଡ଼ାରେ ୩୦ଘରେ ୯୦ଜଣ ବସବାସ କରନ୍ତି। ଏମାନଙ୍କୁ ବିପଦପୂର୍ଣ୍ଣ ଭାବେ ସାବେରୀ ନଈ ପାର୍‌ ହେବାକୁ ପଡ଼ୁଛି। ବିଜୁଳି ଅଭାବରୁ ୬ ଗାଁକୁ ରାସ୍ତା ଦେଖାଉଛି ଡିବିରି ଆଲୁଅ। ବାଉଁଶଗୁଡ଼ା ପର୍ଯ୍ୟନ୍ତ ବହୁ କଷ୍ଟରେ ପହଞ୍ଚି ହେଉଥିବାବେଳେ ସେଠାରୁ ଭେଜିନିଗୁଡ଼ା ସମ୍ପୂର୍ଣ୍ଣ ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବନାହିଁ। ସେଠାକୁ ଯିବା ପାଇଁ ଆଉ ଏକ ଛୋଟ ନଈ ପାର୍‌ ହେବାକୁ ପଡ଼ୁଛି। ଉକ୍ତ ନଦୀରେ ମଧ୍ୟ ପୋଲ ନିର୍ମାଣ ଜରୁରୀ ହୋଇପଡ଼ିଛି। ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀରେ ସହିଦ୍‌ଙ୍କ ସ୍ମୃତିଚାରଣ ପାଇଁ ସହିଦ୍‌ ମାଟିରେ ଲମ୍ବା ଧାଡ଼ି ଲାଗୁଥିବାବେଳେ ଏ ମାଟିର ଅଧିବାସୀଙ୍କ କୋହ ବୁଝିବା ପାଇଁ ସତେ ଯେପରି କାହା ପାଖରେ ସମୟ ନାହିଁ। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋତିକୃଷ୍ଣ ପାଙ୍ଗିଙ୍କ ସହ ଯୋଗାଯୋଗ କରିବାରୁ ସେ ସମସ୍ୟାକୁ ସ୍ବୀକାର କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ପ୍ରକାଶ କରିଛନ୍ତି ା ୨୪ତାରିଖରୁ ପରୀକ୍ଷାମୂଳକ ଭାବେ ଫୋନ୍‌ସେବା ଆରମ୍ଭ ହୋଇଥିବାବେଳେ କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ପଡ଼ିଛି; କିନ୍ତୁ ବିଜୁଳି ସେବା ପହଞ୍ଚିପାରି ନ ଥିବା ସ୍ବୀକାର କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories