www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ଆଇପିଏଲ୍‌-୨୦୨୩

ବିଶ୍ବର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ର ବିଗୁଲ୍ ବାଜିଛି। କ୍ରିକେଟ୍‌ର ଏହି ମହାମେଳାର ୧୬ଶ ସଂସ୍କରଣରେ ଆସନ୍ତା ୫୯ ଦିନରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ୧୦ଟି ଦଳ ମୋଟ ୧୨ଟି ସହରରେ ମ୍ୟାଚ୍‌ ଖେଳିବେ। ରାଜସ୍ଥାନ ରୟାଲ୍‌ସ ଘରୋଇ ସହର ଜୟପୁର ସହ ଗୁଆହାଟୀରେ ୨ଟି ଏବଂ ପଞ୍ଜାବ କିଙ୍ଗ୍‌ସ ଘରୋଇ ସହର ମୋହାଲି ସହ ଧର୍ମଶାଳାରେ ମ୍ୟାଚ୍‌ ଖେଳିବେ। ମେ’ ୨୧ରେ ଲିଗ୍‌ ପର୍ଯ୍ୟାୟ ଶେଷହେବ। ପ୍ରତି ଦଳ ୧୪ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ। ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ପ୍ଲେଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ଏବଂ ବାକି ୪ଟି ଦଳ ବିଦାୟ ନେବେ। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଓ ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦରେ ଖେଳାଯିବ। ଭାରତରେ ଚଳିତବର୍ଷ ଦିନିକିଆ ବିଶ୍ବକପ୍‌ ଖେଳାଯିବାର ଥିବାରୁ ଆଇପିଏଲ୍‌ରେ ଫର୍ମ ଦେଖାଇ ଭାରତୀୟ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବାକୁ ଆମ କ୍ରିକେଟର ପ୍ରୟାସ କରିବେ। ଅନ୍ୟ ଦେଶର କ୍ରିକେଟରଙ୍କ ମଧ୍ୟ ସମାନ ଲକ୍ଷ୍ୟ ରହିବ। ଆହତ ଜନିତ ସମସ୍ୟା ଯୋଗୁଁ କିଛି ନାମୀ କ୍ରିକେଟରଙ୍କୁ ଏଥର ଆଇପିଏଲ୍‌ରେ ଦେଖିବାକୁ ମିଳିବନାହିଁ। ଏହା ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟିକରିଛି। ବୋଧହୁଏ ଏହି ଆଇପିଏଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କର ଅନ୍ତିମ ଟୁର୍ଣ୍ଣାମେଣ୍ଟ ହେବ। ତାଙ୍କ ନେତୃତ୍ବରେ ସିଏସ୍‌କେକୁ ୫ମ ଥର ଟ୍ରଫି ଜିତାଇବାକୁ ଧୋନି ପ୍ରୟାସ କରିବେ। ରୋହିତ ଶର୍ମା ମୁମ୍ବଇର ୫ଟି ଆଇପିଏଲ୍‌ ଟ୍ରଫିରେ ଆଉ ଗୋଟିଏ ଯୋଡ଼ିବାକୁ ଚାହିଁବେ। ଏକ ମଜ୍‌ଭୁତ ଦଳର ନେତୃତ୍ବ ନେଉଥିବା ହାର୍ଦିକ ପାଣ୍ଡ୍ୟା ଟାଇଟଲ ବଜାୟ ରଖିବାର ପ୍ରୟାସ କରିବେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories