ଗୁରୁଡିଝାଟିଆ: କଖଡିରେ ମର୍ଯ୍ୟାଦା ପୁୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ନବମୀ ଉତ୍ସବ ଶାସ୍ତ୍ରୀୟ ବିଧିମୁତାବକ ଆଜି ପାଳିତ ହୋଇଛି। ଶ୍ରୀରାମଲୀଳା ପ୍ରଚାର ସମିତି କଖଡି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରଭୂଙ୍କ ପୂଜାର୍ଚ୍ଚନା ଓ ଯଜ୍ଞ କରିଥିଲେ। ପ୍ରଭୂ ଶ୍ରୀରାମ ଜଗତର କଲ୍ୟାଣ ସହ ମାନବ ସମାଜର ଉନ୍ନତି ଓ ଭାଇଚାରାକୁ ଶ୍ରୀବୃଦ୍ଧି ନିମନ୍ତେ ପ୍ରଚାର ସମିତିର ସମସ୍ତ ସଦସ୍ୟ ପ୍ରାର୍ଥନା କରିଥିଲେ। ବ୍ରତାଚାରୀ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ହନୁମାନ ଚାଳିଶା ଓ ଶ୍ରୀରାମଙ୍କ ବନ୍ଦନା ପରିବେଶକୁ ଭକ୍ତିରସରେ ପ୍ଲାବିତ କରିଥିଲା। ରାମଲୀଳା ପ୍ରଚାର ସମିତିର ସଭାପତି ମାୟାଧର ଦଳାଇ ଙ୍କ ଉପସ୍ଥିତରେ ବ୍ରଜରାଜ ଖଟୁଆ, ଆଶୁତୋଷ ପରିଡା, ସଦାନନ୍ଦ ସାହୁ, ସୁଶାନ୍ତ କୁମାର ମୁଦୁଲି, ନୀଳମଣି ବାରିକ,ରଞ୍ଜନ କୁମାର ମୁଦୁଲି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଖୁଣ୍ଟୁଣୀ-ରମ୍ପେଇ ଗ୍ରାମର ଶ୍ରୀରାମ ମନ୍ଦିରରେ ପ୍ରଭୂ ଶ୍ରୀରାମଙ୍କ ନବମୀ ଉତ୍ସବ ଆଜି ପାଳିତ ହୋଇଛି। ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ପ୍ରଭୂ ଶ୍ରୀରାମଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଶ୍ରଦ୍ଧାଳୁଙ୍କ ଆଗମନରେ ମନ୍ଦିର ପରିସର ଭିଡ ଲାଗିରହିଥିଲା। ଧାଡିକରି ଶାନ୍ତିଶୃଙ୍ଖଳାର ସହିତ ଶ୍ରଦ୍ଧାଳୁମାନେ ପ୍ରଭୂଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗ୍ରାମ୍ୟ କମିଟି ସଭାପତି ମନୋଜ କୁମାର ମିଶ୍ର ଓ ମୁରବୀ ବିପିନ ବିହାରୀ ପ୍ରଧାନ, ଚକ୍ରଧର ସାହୁ, ଦୀପକ ସାହାଣୀ, ଦିଲ୍ଲିପ ସେଠ, ସମିତିସଭ୍ୟ ଗଗନ ବିହାରୀ ପରିଡା, ସରପଞ୍ଚ କୈଳାସ ଦାସ ଙ୍କ ସହିତ ଗ୍ରାମର ଯୁବକମାନେ ଉପସ୍ଥିତ ରହି ପ୍ରଭୂଙ୍କ ନବମୀ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।



