ପ୍ରଭୁ ଶ୍ରୀରାମଚନ୍ଦ୍ର ଜଣେ ପିତୃଭକ୍ତ, ଭାତୃବତ୍ସଳ, ପରାକ୍ରମୀ, ଦିବ୍ୟରୂପକାନ୍ତି ସମ୍ପନ୍ନ ପୁରୁଷ। ଶ୍ରୀରାମ ନବମୀ ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥିକୁ ସମଗ୍ର ଭାରତବର୍ଷରେ ‘ଶ୍ରୀରାମ ନବମୀ’ ଭାବେ ଆଦର ଓ ଭକ୍ତିରେ ପାଳନ କରାଯାଏ। ରାମଲୀଳା ନୃତ୍ୟ ଏଇ ଦିନରୁ ଆରମ୍ଭ ହୁଏ। ଭକ୍ତମାନେ ଉପବାସ କରି ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି। ଏହି ତିଥିରେ ହିନ୍ଦୁମାନେ ବ୍ରତ ବି ପାଳନ୍ତି।
Popular Categories



