www.samajalive.in
Sunday, December 14, 2025
14.1 C
Bhubaneswar

ଗୁରୁବାର ରାଶିଫଳ (୩୦.୦୩.୨୦୨୩)

ମେଷ : ବହୁ ଭୂସମ୍ପତ୍ତିର ଅଧିକାରୀ ହେବେ। ବହୁ ଭୂସମ୍ପତ୍ତିର ଅଧିକାରୀ ହେବେ। ସଦୟ ଦୃଷ୍ଟିସମ୍ପନ୍ନ ହେବେ। ଆର୍ଥିକ ସ୍ଥିତି ଦୃଢ଼ ରହିବ। ଦେବ ଦର୍ଶନ ଯୋଗ ଅଛି। ସରକାରୀ ସ୍ତରରୁ ଲାଭବାନ ହେବେ।

ବୃଷ : କୃଷି କର୍ମ ଉପରେ ଗୁରୁତ୍ବ ଦେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ପୁଣ୍ୟବାନ ହେବେ। ଗୋ-ଆଦି ଚତୁଷ୍ପଦ ପ୍ରାଣୀ ସ୍ନେହୀ ହେବେ। ଧନାଗମ ହେବ। ସମ୍ଭ୍ରାନ୍ତ ବଂଶର ଦାୟାଦ ହୋଇପାରନ୍ତି।

ମିଥୁନ : ଜନ୍ମବାସରେ କୁସଙ୍ଗ ସଙ୍ଗମ ହେଲେ ଆୟ ବିଘ୍ନବହୁଳ ହେବ। ଯଦିଓ ମିଷ୍ଟାନ୍ନ ଭୋଜନର ସୁଯୋଗ ମିଳିବ; ତେବେ ଏହା ଅଧିକ ବ୍ୟୟସାପେକ୍ଷ ହୋଇପାରେ। ଚିନ୍ତାଧାରା ଉନ୍ନତ ମାନର ହେବ।

କର୍କଟ : ଶତ୍ରୁ ବିନାଶ କରିବା ପାଇଁ ଭଗବାନ ଆପଣଙ୍କୁ ଆଶାନୁରୂପ ଶକ୍ତିସମ୍ପନ୍ନ କରିଛନ୍ତି। ଅଜାଣତରେ କରିଥିବା ସମସ୍ତ ପାପ କ୍ଷୟ କରିପାରନ୍ତି। ଗୁଣଗ୍ରାହୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ : ଅଦ୍ଭୁତ ଶକ୍ତିସମ୍ପନ୍ନ ହୋଇପାରନ୍ତି। ନିଜ ଲୋକମାନଙ୍କ ଉପରେ କୃପା ଦୃଷ୍ଟି ରହିବ। ବୁଦ୍ଧିମାନ ହେବେ। ବାକ୍ୟ ପଟୁତା ହୋଇପାରନ୍ତି। ପ୍ରିୟ ଲୋକମାନଙ୍କ ସହିତ ମିଳିତ ହେବେ। ଆଜି ଦିନଟି ଭଲରେ କଟିବ।

କନ୍ୟା : ରାଜକ୍ଷମତା ସମ୍ପନ୍ନ ହୋଇପାରନ୍ତି। ଅକ୍ଳେଶରେ ଶତ୍ରୁ ଦମନ କରି ପ୍ରଶଂସାର ପାତ୍ର ହେବେ। ବହୁ ଅଲୌକିକ କାର୍ଯ୍ୟ କରି ଲୋକମାନଙ୍କ ଦୃଷ୍ଟି ପଥାରୁଢ଼ ହୋଇପାରନ୍ତି। ବିନମ୍ର ସ୍ବଭାବସମ୍ପନ୍ନ ହେବେ। କର୍ମବୀର ଉପାଧି ମିଳିବ।

ତୁଳା : ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ପୁତ୍ର ସୁଖ ଭୋଗ କରିବା ସହିତ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଜଣେ ସୁବକ୍ତା ଭାବେ ଖ୍ୟାତି ଅର୍ଜନ କରିବେ।

ବିଛା : ସର୍ବୋତ୍ତମ ମିତ୍ରପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ର ଅଧ୍ୟୟନରେ ଜ୍ଞାନ ଅର୍ଜନ କରିପାରନ୍ତି। ଧନବାନ ହେବେ। ମନଲୋଭା କଥା କହି ଜନମନ ତୋଷ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।

ଧନୁ : ଅନ୍ୟାୟ, ଅନୀତି କାର୍ଯ୍ୟ ପାଇଁ କ୍ରୋଧ ଓ ଦୁଃଖ ପ୍ରକାଶ କରିବେ। ସମଭାବାପନ୍ନ ବ୍ୟକ୍ତି ଭାବେ ପ୍ରତ୍ୟେକ କ୍ଷେତ୍ରରେ ଆଦରର ପାତ୍ର ହେବେ। ଜଣେ ବିଶିଷ୍ଟ ସଂଗଠକ ହୋଇପାରନ୍ତି।

ମକର : ନିଷ୍ପାପ ହୃଦୟସମ୍ପନ୍ନ ହୋଇପାରନ୍ତି। ଶତ୍ରୁ ପରିବେଷ୍ଟିତ ଆପଣଙ୍କ ଭାଗ୍ୟାକାଶରେ ସୂର୍ଯ୍ୟ ଉଦୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଦୁର୍ଭାଗ୍ୟ ବୋଲି ନ ଡରି ସତ୍‌ ସାହସୀ ହେବା ପାଇଁ ପ୍ରଭାବ ଅକ୍ଷୁଣ୍ଣ ରହିବ।

କୁମ୍ଭ : ବହୁ ସୁଖର ଅଧିକାରୀ ହେବେ। ଉନ୍ନତ ତଥା ଅଧ୍ୟାତ୍ମ ବିଦ୍ୟା ଯୋଗୁ ଦ୍ବିଜଦେବ ତାଙ୍କ ସମାସୀନ ହେବେ। ସାଧୁ କଲ୍ୟାଣ ଲାଭ କରି ଦୃଢ଼ ମନୋବଳଯୁକ୍ତ ହେବେ। ବ୍ୟବସାୟରୁ ଅଧିକ ଲାଭପ୍ରାପ୍ତିର ଆଶା ଅଛି।

ମୀନ : କ୍ଷମାଶୀଳ ହେବେ। ପରିବାର ସଦସ୍ୟମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ପ୍ରବାସରୁ ଦୁଃଖଦ ଖବର ପାଇପାରନ୍ତି। ଜଟିଳ ଲୋକଙ୍କ ଚକ୍ରବ୍ୟୁହ ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories