www.samajalive.in
Thursday, December 11, 2025
16.1 C
Bhubaneswar

କଣ୍ଟେନର ଭର୍ତ୍ତି ଗୋମାଂସ ଜବତ : ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଠାରେ ବାରମ୍ବାର ଗୋ ହତ୍ୟା ଓ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଏହା ଥମିବାର ନାମ ନେଉ ନାହିଁ । ବିଗତ ଦିନ ଗୁଡିକରେ ଗୋ ଚୋରା ଚାଲାଣକୁ ନେଇ ଅନେକ ଆନ୍ଦୋଳନ, ବିକ୍ଷୋଭ, ବିରୋଧ ପ୍ରଦର୍ଶନ ସତ୍ୱେ ପୁଲିସର ନରମ ମନୋଭାବ ଯୋଗୁଁ ଗୋ ଚାଲାଣକାରୀ ମାନେ ସେମାନଙ୍କର ଅବୈଧ କାରବାର ଜାରି ରଖିଛନ୍ତି। ଏଭଳି ଏକ ଘଟଣାରେ ବୁଧବାର ଏକ କଣ୍ଟେନରରେ ଭର୍ତ୍ତି କରାଯାଇ ଗୋ ମାଂସ ଚାଲାଣ ସମୟରେ ସ୍ଥାନୀୟ ଲୋକେ ଧରିବା ସହିତ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଶ୍ଚିମବଙ୍ଗ ନିବାସୀ ଗାଡିର ଚାଳକ ମଫିଜୁଲ ମଜ୍ଜି ଓ ହେଲପର ନଜିମୁଲ ମୁଲ୍ଲାଙ୍କୁ ଅଟକ ରଖିଛି। ଏ ସର୍ମ୍ପକରେ ସଦର ପୁଲିସ କହିଛି ଯେ, ଗୋ ମାଂସ ଚାଲାଣ ସନ୍ଦେହରେ ଏକ ଟ୍ରକକୁ ଧରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ଥାନାଧିକାରିଣୀ କହିଛନ୍ତି।

ସମ୍ବଲପୁର ଜିଲା ଭେଟନାରୀ ହସ୍ପିଟାଲର ଡେପୁଟି ଡାଇରେକ୍ଟର ଡ. ଦୀପକ କୁମାର ମହନ୍ତ କହିଛନ୍ତି ଯେ, ପୁଲିସ ଦ୍ୱାରା ସୂଚନା ପାଇବା ପରେ ମୁଁ ଏଠାକୁ ଯାଞ୍ଚ ପାଇଁ ଆସିଥିଲି। କଣ୍ଟେନରରେ ବଡ ବଡ ମାଂସ ଖଣ୍ଡ ଗୁଡିକ ଭର୍ତ୍ତି ହୋଇ ରହିଛି । ନମୁନା ସଂଗ୍ରହ କରାଯାଇଛି ଏବଂ ଲାବ୍ରୋଟାରୀକୁ ଯାଞ୍ଚ ପାଇଁ ପଠା ଯାଉଛି । ସେଠାରୁ ରିପୋର୍ଟ ଆସିଲେ ଯାଇ ଏହା କେଉଁ ଜୀବ କି ଜନ୍ତୁର ମାଂସ ଜଣାପଡିବ ବୋଲି ଡ. ମହନ୍ତ କହିଛନ୍ତି।

- Advertisement -

ଏ ସର୍ମ୍ପକରେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ସୁଧିର ରଞ୍ଜନ ବହିଦାର କହିଛନ୍ତି ଯେ, ଆଜି ସନ୍ଧ୍ୟାରେ ସ୍ଥାନୀୟ ଯୁବକ ମାନେ ଖବର ଦେଇଥିଲେ ଯେ, ଗୋଟିଏ ଗୋ ମାଂସ ଭର୍ତ୍ତି କଣ୍ଟେନର ଧରାଯାଇଛି। ତେବେ ୨ଟି ଟ୍ରକ ଖସି ଯାଇଛନ୍ତି। ଏହି ଚାଲାଣ ସମ୍ବଲପୁରର ସୁନାପାଲି ଓ ମୋତିଝରନ ଅଞ୍ଚଳରୁ କରାଯାଉଥିଲା। ଗାଡିଟି ଦ୍ରୁତଗତିରେ ଧନକଉଡା ପଟରୁ ଆସୁଥିବା ବେଳେ ସନ୍ଦେହରେ ସ୍ଥାନୀୟ ଲୋକେ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ତାହା ଫେରାର ମାରିବାର ଚେଷ୍ଟା କରିଥିଲା। ତେବେ ଗାଡି ଧରାପଡିବା ପରେ ସେଠାରେ ବରଫ ପଠାଇବା ନାମରେ ଗୋ ମାଂସ ଚାଲାଣ ହେଉଥିବାର ଦେଖିବାକୁ ମିଳିଥିଲା ଏବଂ ପୁଲିସକୁ ଖବର ଦିଆଯାଇଥିଲା। ନିୟମିତ ଏଭଳି କାର୍ଯ୍ୟ ଜାରି ରହିଥିବା ବେଳେ ଏହି ବେଆଇନ କାରବାର ସହିତ ସଂଶ୍ଲିଷ୍ଟ ବ୍ୟକ୍ତି ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହାକୁ ବନ୍ଦ କରାଯାଉ ବୋଲି ଶ୍ରୀ ବହିଦାର ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜୁନ ୨ ଓ ୨୧ ଡିସେମ୍ବର ୨୦୨୧ରେ ମଧ୍ୟ ଆଜି ଧରାପଡିଥିବା ସ୍ଥାନରୁ ଶତାଧିକ ଗୋ ଚମଡା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ଧରାପଡିଥିଲା। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ସ୍ଥାନୀୟ ଜନତାଙ୍କ ଦ୍ୱାରା ସୂଚନା ପୁଲିସକୁ ଦିଆଯିବା ସତ୍ୱେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଏଥି ସହ ସଦର ଥାନାଧିକାରୀଙ୍କୁ ଯୋଗାଯୋଗ କଲେ ସେ ଫୋନ ମଧ୍ୟ ଉଠାଉ ନ ଥିବାର ଅଭିଯୋଗ ହୋଇ ଆସୁଛି। ବାରମ୍ବାର ଗୋ ଚମଡା ଧରାପଡିବା, ଗୋ ସମ୍ପଦ ଉଦ୍ଧାର ହେବା ଆଦି ଘଟଣା ପ୍ରମାଣ କରୁଛି ଯେ ସମ୍ବଲପୁରରେ ଗୋ ହତ୍ୟା ବେଲଗାମ ହୋଇଛି। ଏଣୁ ଏହା ଉପରେ କଠୋର ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories