www.samajalive.in
Sunday, December 14, 2025
16.1 C
Bhubaneswar

ଭକ୍ତ ଗହଣରେ ଗଡ଼ିଲା ରୁକୁଣାରଥ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରା ବୁଧବାର ଅନୁଷ୍ଠିତ ହୋଇଛି। ପବିତ୍ର ଚୈତ୍ରମାସ ଅଷ୍ଟମୀ ତିଥିରେ ରୁକୁଣାରଥ ମହାଖଳାରୁ ବାହାରି ରାମେଶ୍ବର ମନ୍ଦିର ଅଭିମୁଖେ ଗଡ଼ିଛି। ପ୍ରାୟ ୧ଘଣ୍ଟା ରଥ ଗଡ଼ିବା ପରେ ବଢ଼େଇବାଙ୍କ ଛକର ମୋଡ଼ ତଥା ଭାରତୀ ମଠ ପାର୍ଶ୍ବରେ ଅଟକି ଥିଲା। ଗୁରୁବାର ରଥ ଅପରାହ୍ଣ ୨ଟାରୁ ପୁଣି ଟଣାଯିବ।
ମହାପ୍ରଭୁଙ୍କ ପାଞ୍ଚଦିନ ବ୍ୟାପୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା, ପ୍ରଭୁ ଦୋଳଗୋବିନ୍ଦ ରଥାରୂଢ ହୋଇ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପୂର୍ବରୁ ମନ୍ଦିର ପ୍ରଶାସନ ନୀତିନିର୍ଘଣ୍ଟ ଅନୁସାରେ ରଥଯାତ୍ରା ପାଳନ କରିବାକୁ ସେବାୟତ ନିଯୋଗଙ୍କ ସହଯୋଗ ଲୋଡ଼ିଥିଲା। ଅପରାହ୍ଣ ସାଢ଼େ ୩ଟାରେ ରଥଟଣା ଯାଇ ଗୋଟିଏ ଦିନରେ ରଥ ରା‌େ‌ମଶ୍ବର ମନ୍ଦିର (ମାଉସୀମା ଛକ) ପହଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ନୀତିନିର୍ଘଣ୍ଟର ୩ରୁ ଅଢେଇ ଘଣ୍ଟା ବିଳମ୍ବରେ ଦିଅଁଙ୍କ ନୀତି ହୋଇଥିଲା। ଶ୍ରୀଜୀଉଙ୍କ ପହଣ୍ଡି ସାଢେ ୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୨୭ମିନିଟ୍‌ରେ ଶେଷ ହୋଇ ଦିଅଁ ରଥାରୂଢ଼ ହୋଇଥିଲେ। ପ୍ରାୟ ଦୁଇଘଣ୍ଟା ବିଳମ୍ବରେ ରଥଟଣା ଯାଇ ରଥ ଶିବତୀର୍ଥ ମଠ, ଗୋପାଳତୀର୍ଥ ମଠ ନିକଟରେ ଅଟକିଥିଲା। ମଠ ତରଫରୁ ଦିଅଁଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଭୋଗଲାଗି ହୋଇଥିଲା। ଭୋଗଲାଗି ସରିବା ପରେ ରଥ ଗଡ଼ିଥିଲା। ବଢ଼େଇବାଙ୍କ ଛକ ମୋଡ଼ ପର୍ଯ୍ୟନ୍ତ ରଥ ପହଞ୍ଚିବା ପରେ ସଞ୍ଜ ହୋଇଯିବାରୁ ଖରଡ଼ା ଓ ବେହେରା ସେବାୟତ ଅନ୍ଧାରରେ ରଥଟଣା କାର୍ଯ୍ୟ କରିବାକୁ ଅମଙ୍ଗ ହୋଇଥିଲେ। ଶେଷରେ ପ୍ରଶାସନ ରଥଟଣା ବନ୍ଦ କରି ଗୁରୁବାର ଅପରାହ୍ଣ ୨ଟାରେ ରଥଟଣା ଯିବ ବୋଲି ଘୋଷଣା କରିଥିଲେ। ଦିଅଁଙ୍କ ଏହି ରଥଯାତ୍ରାକୁ ଜିଲାପ୍ରଶାସନ ତରଫରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଉପଜିଲାପାଳ ଦେବବ୍ରତ ସାହୁ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଥିବା ବେଳେ ଆଇନଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟକୁ କଟକ-ଭୁବନେଶ୍ୱର ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ବର ଉପାଯୁକ୍ତ ପ୍ରତୀକ ସିଂହ,ଆଞ୍ଚଳିକ ସହକାରୀ ପୁଲିସ ଆୟୁକ୍ତ ଅନିରୁଦ୍ଧ ରାଉତରାୟ ଓ ଶ୍ରୀଲିଙ୍ଗରାଜ ଥାନା ନିରୀକ୍ଷକ ଶରତ ଚନ୍ଦ୍ର ପାତ୍ରଙ୍କ ସହ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories