www.samajalive.in
Saturday, December 13, 2025
21.1 C
Bhubaneswar

ବଡ଼ମ୍ବା ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦେଶ

ବଡ଼ମ୍ବା: ବଡ଼ମ୍ବାରେ ନିର୍ମାଣ ହେବାକୁଥିବା ନୂତନ ବସଷ୍ଟାଣ୍ଡର ପୁନର୍ବାର କ୍ଷେତ୍ର ପରିଦର୍ଶନ କରିଛନ୍ତି କଟକ ଜିଲାପାଳ ଭବାନୀଶଙ୍କର ଚୟିନୀ। ମଙ୍ଗଳବାର ଜିଲାପାଳ ଶ୍ରୀ ଚୟିନୀ ଆଠଗଡ଼଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରାଙ୍କ ସହିତ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡର ନକ୍ସା ମୁତାବକ ଯାଗା ବୁଲି ଦେଖିଥିଲେ। ସେହିଭଳି ଉକ୍ତସ୍ଥାନରେ ପ୍ରଭାବିତ ହେବାକୁଥିବା ବସବାସ ଅବା ଦୋକାନ ଗୃହ ନେଇ ଜିଲାପାଳ ଶ୍ରୀ ଚୟିନୀ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିଥିଲେ। ଖୁବ୍‌‌ଶୀଘ୍ର ପ୍ରାଥମିକ ପଦକ୍ଷେପ ସ୍ୱରୁପ ଆବଶ୍ୟକ ଯାଗା ମାପଚୁପ ସହିତ ଏହାର ସୀମା ନିର୍ଦ୍ଧାରଣ କରାଯିବ। ପରେପରେ ଏହାର ଚାରିପାଖ ପାଚେରୀ ନିର୍ମାଣ କାର୍ଯ୍ୟ ନେଇ ପଦକ୍ଷେପ ନିଆଯିବ ବୋଲି ଆଜି ନିଷ୍ପତି ହୋଇଥିବା ତହସିଲଦାର ଶ୍ରୀ ବେହେରାଙ୍କଠାରୁ ପ୍ରକାଶ। ସୂଚନାଥାଉକି କଲେଜ ରୋଡ଼ରେ ହୋବକୁଥିବା ପ୍ରସ୍ତାବିତ ବସଷ୍ଟାଣ୍ଡ ଯାଗା ନିରୁପଣ ନେଇ ପୂର୍ବରୁ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସହିତ ଜିଲାପାଳ ଶ୍ରୀ ଚୟିନୀ ଗତ ୨୦୨୧ ମସିହା ସେପ୍ଟେମ୍ବର ୨୧ ତାରିଖରେ ଉକ୍ତ କ୍ଷେତ୍ର ପରିଦର୍ଶନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories