ବଜ୍ରପାତରେ ଜଣଙ୍କର ମୃତ୍ୟୁ

ବଡ଼ମ୍ବା: ବଡ଼ମ୍ବା ବ୍ଲକ ଅନ୍ତର୍ଗତ ତେଲେଣିଆ ଗ୍ରାମର ମଙ୍ଗୁଳି ନାୟକ(୫୬)ଙ୍କର ମଙ୍ଗଳବାର ଅପରାହ୍ନରେ ବଜ୍ରପାତରେ ପରଲୋକ ଘଟିଛି। ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ସ୍ଥାନୀୟ ଅଞ୍ଚଳରେ କାଳବୈଶାଖୀ ଅନୁଭୂତ ହେବା ସହ କିଛି ସମୟ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ସେ ସମୟରେ ମୃତକ ଘରକୁ ଫେରୁଥିବା ସମୟରେ ବଜ୍ରପାତର ଶିକାର ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତହସିଲଦାର ନୀଳକଣ୍ଠ ବେହେରାଙ୍କ ଉପସ୍ଥିତିରେ ସ୍ଥାନୀୟ ଚିକିତ୍ସାଳୟରେ ମୃତକଙ୍କ ଶବ ବ୍ୟବଛେଦ କରାଯାଇଛି। ଖବରପାଇ ବିଜେପି ନେତା ବିଜୟ କୁମାର ଦଳବେହେରା, ସନ୍ତୋଷ କୁମାର ଦଳବେହେରା, ସରୋଜ କୁମାର ବେଉରା ଏବଂ ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବା ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ଘଟଣାକୁନେଇ ତେଲେଣିଆ ଗ୍ରାମରେ ଶୋକପ୍ରକାଶ ପାଇଛି। ମୃତକ ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଉପସ୍ଥିତ ନେତୃବର୍ଗ ପ୍ରଶାସନକୁ ନିବେଦନ କରିଛନ୍ତି।

Comments are closed.