www.samajalive.in
Saturday, December 13, 2025
26.1 C
Bhubaneswar

ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଧନୁପାଲିରେ ଉଚ୍ଛେଦ ଆରମ୍ଭ

ସମ୍ବଲପୁର: ଜବରଦଖଲକାରୀ ଙ୍କ ଭୂସ୍ୱର୍ଗରେ ପରିଚିତ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ଧନୁପାଲି ଅଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଧନୁପାଲି ଛକ ରୁ ଜେଲ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଧନୁପାଲି ଛକ ପଟରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। କିଛି ମାସ ପୁର୍ବରୁ ଜେଲଖାନା ଛକ ପଟରୁ ଧନୁପାଲି ଛକ ପଟକୁ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ଏହି କ୍ରମରେ ମହାନଗର ନିଗମର କାର୍ଯ୍ୟକାରୀ ଅଧିକାରୀ ଶୁଭଙ୍କର ମହାନ୍ତି, ଧନୁପାଲି ଥାନାଧିକାରୀ ଅନୀତା ପ୍ରଧାନ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବେନିୟମ ଭାବରେ ଜବରଦଖଲ କରି ରାସ୍ତା ଉପରକୁ ଓ ସରକାରୀ ସ୍ଥାନରେ ରହିଥିବା ନିର୍ମାଣ ଗୁଡିକୁ ଭଙ୍ଗା ଯାଉଛି। ପ୍ରଶସ୍ତିକରଣ ନିମନ୍ତେ ଆବଶ୍ୟକ ହେଉଥିବା କୋଠା, ଦୋକାନ, ଅସ୍ଥାୟୀ ଦୋକାନ ଆଦି ଗୁଡିକୁ ଭଙ୍ଗାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଛେଦ ସମୟରେ ଏହାକୁ ବିରୋଧ କରି କିଛି ସମୟ ଧରି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପ୍ରଥମ ଦିନ ଶେଷ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୫ଟି ଦୋକାନ ଘର, ୮ଟି ରାସ୍ତା ଉପରକୁ ମାଡି ଆସିଥିବା ଅସ୍ଥାୟୀ ନିର୍ମାଣ ଓ ଗୋଟିଏ ଘରର କିଛି ଅଂଶ ଭଙ୍ଗା ଯାଇଛି। ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଧନୁପାଲି ଥାନାର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ୨ଟି ସେକ୍ସନ ଅତିରିକ୍ତ ପୁଲିସ ବଳ ମୃତୟନ କରାଯାଇଥିଲା। ଏହି ଉଚ୍ଛେଦ ପ୍ରକ୍ରିୟା ଏବେ ଧନୁପାଲି ଛକରୁ ଚାରଭାଟି ଅଞ୍ଚଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories