www.samajalive.in
Monday, December 15, 2025
26.1 C
Bhubaneswar

ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ

ସମ୍ବଲପୁର: ସମ୍ବଲପୁରର ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତା ପତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ରୀ ସୁଧାଶ୍ରୀ ଦାଶ, ପୁରାତନ ଛାତ୍ର ସୁଶାନ୍ତ ନାୟକ ଓ ଶାନ୍ତା ପଣ୍ଡା ଯୋଗ ଦେଇ ସେମାନଙ୍କର ବୃତ୍ତିଗତ ଜୀବନର ଅଭିଜ୍ଞତା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଥିବା ସୁଧାଶ୍ରୀ ଦାଶ, ଜୈବିକ କୃଷିଭିତ୍ତିକ ବୃତ୍ତିରେ ଥିବା ସୁଶାନ୍ତ ନାୟକ ଓ ଫେସନ ଡିଜାଇନିଂ କ୍ଷେତ୍ରରେ ଥିବା ଶାନ୍ତା ପଣ୍ଡା ନିଜର ଅଭିଜ୍ଞତା ବଣ୍ଟନ କରିଥିଲେ। ଛାତ୍ରଛାତ୍ରୀ ମାଣଙ୍କୁ ଶିକ୍ଷା ସମାପନ ପରେ ଯିଏ ଯେଉଁ ବୃତ୍ତିରେ ରହନ୍ତୁ ନା କାହିଁକି ଦୃଢ଼ ସଂକଳ୍ପ ସହିତ କାର୍ଯ୍ୟ କରିଲେ ସଫଳତା ନିଶ୍ଚିତ ବୋଲି ଅଭିହିତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁ ଓ ପତଙ୍ଗ ଅନୁଷ୍ଠାନ ତରଫରୁ ସିନିୟର ପ୍ରୋଗ୍ରାମ ମ୍ୟାନେଜର ଭୁମିସୁତା ସାହୁ ଓ ଅନୁପମା ପାଢ଼ୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ବରିଷ୍ଠ ଶିକ୍ଷକ ହରିନାରାୟଣ ପଣ୍ଡା ଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଜ୍ଞାନେଶ୍ୱର କର, ପ୍ରଦୀପ କୁମାର ସାହୁ, ପଦ୍ମିନୀ ବଡପଣ୍ଡା, ଅଶୋକ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories