www.samajalive.in
Sunday, December 14, 2025
23.1 C
Bhubaneswar

ବସ୍ତିରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ନଗରପାଳ

ବୌଦ୍ଧ: ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକଙ୍କ ସମସ୍ୟାକୁ ପଚାରି ବୁଝିଛନ୍ତି ଏନଏସି ଅଧ୍ୟକ୍ଷ ମୃତ୍ୟୁଞୟ ମିଶ୍ର। ବୌଦ୍ଧ ଗଡ଼ ନିର୍ବାଚନକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ନଜରପାଳ ନିଜେ ୱାଡ ପରିକ୍ରମା କରି ଅସୁବିଧା ପଚାରିବୁଝୁଛନ୍ତି। ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ ବ୍ୟବସ୍ଥାକୁ ନେଇ ଶନିବାର ଦିନ ନଅ ନମ୍ବର ୱାର୍ଡ ଗସ୍ତ କରି ଏନଏସି ଅଧ୍ୟକ୍ଷ ଶ୍ରୀ ମିଶ୍ର କାର୍ଯ୍ୟର ସମୀକ୍ଷା କରିଛନ୍ତି। ୱାଡର ସମସ୍ତ ରାସ୍ତାଘାଟ, ଡ୍ରେନ, ପରିମଳ ବୁଲି ଦେଖିଥିଲେ। ପ୍ରତ୍ୟକ ଘରକୁ ଯାଇ ସେମାନଙ୍କ ଠାରୁ ପ୍ରତିଦିନ ଏନଏସି କର୍ମଚାରୀମାନେ ମଇଳା ମଗାଯାଉଛିକି ନାଇିଁ ଲୋକଙ୍କୁ ପଚାରି ବୁଝିଥିଲେ। ୱାର୍ଡରେ ଯଦି କେହି ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଆଦି ଭତ୍ତାରୁ କେହି ବଞ୍ଚିତ ଅଛନ୍ତିକି ତାହା ମଧ୍ୟ ପଚାରି ବୁଝିଥିଲେ। ଭତ୍ତାରୁ ଯଦି କେହି ବଞ୍ଚିତ ହୋଇଛନ୍ତି ତାହାହେଲେ ସେମାନଙ୍କୁ ତୁରନ୍ତ ଭତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଆଲୋକ, ପାଣି ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏଥିସହିତ ୱାର୍ଡର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଲୋକଙ୍କ ମତ ଲୋଡିଥିଲେ। ଲୋକେ ବିଭିନ୍ନ ଉନ୍ନୟନ ବିଷୟରେ କହିଥିଲେ। ତାହାକୁ ତୁରନ୍ତ କାର୍ଯ୍ୟ କରାଯିବାକୁ ଉଦ୍ୟମ କରାଯିବା ବୋଲି ଲୋକଙ୍କୁ କହିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories