mission shakti banner

ସାମାଜିକ ସୁରକ୍ଷା ଯୋଜନାରେ ଦିବ୍ୟାଙ୍ଗଙ୍କୁ ସହାୟତା

bjd gruha runa banner

ବୌଦ୍ଧ: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଜିଲା ପ୍ରଶାସନର ଉଦ୍ୟମରେ ବୌଦ୍ଧ ଏନଏସିର ଜଣେ ଦିବ୍ୟାଙ୍ଗଙ୍କୁ ଚାରି ଚକିଆ ସ୍କୁଟି ପ୍ରଦାନ କରାଯାଇଛି। ସୁଚନା ମତେ, ବୌଦ୍ଧ ଏନଏସିର ୯ ନମ୍ବର ୱାର୍ଡର ଭରତ ନାୟକ ଜଣେ ଦିବ୍ୟାଙ୍ଗ ଅଟନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଚାରି ଚକିଆ ସ୍କୁଟି ପ୍ରଦାନ କରାଯାଇଛି। ସ୍କୁଟି ପ୍ରଦାନ ସମୟରେ ଜିଲାପାଳ ସତ୍ୟ ରଞ୍ଜନ ସାହୁ,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପଜିଲାପାଳ ରବୀନ୍ଦ୍ର ନାଥ କହଁର, ସୁଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.