www.samajalive.in
Sunday, December 14, 2025
26.1 C
Bhubaneswar

୧୦ ଦିନିଆ ମାନସ ପାରାୟଣ ଉଦ୍‌‌ଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଠାରେ ଚାଲିଥିବା ସପ୍ତମ ବାର୍ଷିକ ଦଶଦିନାତ୍ମକ ଶ୍ରୀରାମ ଚରିତ ମାନସ ପାରାୟଣ ଉଦଯାପିତ ହୋଇଛି। ମାନସ ପାରାୟଣ କମିଟି ସଭାପତି ପ୍ରମୋଦ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଧର୍ମୀୟ ମହୋତ୍ସବରେ ନିରଞ୍ଜନ ଶାସନୀ, କୁମୁଦିନୀ ସରୋଜିନୀ ଦେବୀ, ମଦନମୋହନ ଦାସ, ମାନସଜ୍ୟୋତି ପ୍ରଶାନ୍ତ ପଲେଇ, ରଞ୍ଜିତା ପ୍ରିୟଭାଷିଣୀ ପ୍ରମୂଖ ପ୍ରବଚକ ପ୍ରବଚିକା ଭାବେ ଯୋଗ ଦେଇଥିଲେ। ବ୍ୟାସ ରୂପେ ନବଦିନ ବ୍ୟାପି ବରିଷ୍ଠ ପଣ୍ଡିତ ଜଗବନ୍ଧୁ ଦାଶ ମହାରାଜ ଅଧିଷ୍ଠିତ ହୋଇ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ପ୍ରତିବର୍ଷ ମୀନ ସଂକ୍ରାନ୍ତିଠାରୁ ଦଶଦିନ ପର୍ଯ୍ୟନ୍ତମାନସ ପାରାୟଣ ଓ ହନୁମାନ ଚାଳିଶା ପଠନ ଏବଂ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ହୋଇଥାଏ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories