www.samajalive.in
Sunday, December 14, 2025
26.1 C
Bhubaneswar

ବଡ଼ମ୍ବାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ

ବଡ଼ମ୍ବା: ମାରାତ୍ମକ ଯକ୍ଷ୍ମା ରୋଗ ସମ୍ପୂର୍ଣ୍ଣ ଦୂର କରିବାକୁ ହେଲେ ସମସ୍ତ ଜନସାଧାରଣଙ୍କ ସଂପୃକ୍ତି, ସହଯୋଗ ଓ ବ୍ୟାପକ ସଚେତନତା ଆବଶ୍ୟକ। ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ବଡ଼ମ୍ବାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଏହି ଆହ୍ୱାନ ଦିଆଯାଇଛି। ବ୍ଲକର ବିଭିନ୍ନସ୍ଥାନରେ ଏବେ ପ୍ରାୟ ୭୦ ଜଣ ଏହି ରୋଗରେ ଚିକିତ୍ସାଧୀନ ରହିଥିବା ବେଳେ ଆବଶ୍ୟକ ସଚେତନତା ଅଭାବରୁ ଆଦିବାସୀ ଅଧ୍ୟୁଷିତ ବୁଢାପଙ୍କରେ ଏହି ସଂକ୍ରାମକ ରୋଗର ପ୍ରାଦୁର୍ଭାବ ଚିନ୍ତାଜନକ ରହିଥିବା ପ୍ରକାଶ। ତେବେ ରୋଗ ଉପରେ ନିୟନ୍ତ୍ରଣ ଆଣିବା ନେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଥିବା ଜଣାଯାଇଛି। ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚିକିତ୍ସକ ତଥା ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ଦୋଳଗୋବିନ୍ଦ ଜେନା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ରୋଗର କାରଣ, ନିରାକରଣ ତଥା ଚିକିତ୍ସା ଓ ନିଦାନ ଦିଗରେ କିକି ପଦକ୍ଷେପ ନେବା ଜରୁରୀ ସେନେଇ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀଙ୍କୁ ମାର୍ଗଦର୍ଶନ କରାଇଥିଲେ। କାର୍ଯ୍ୟକ୍ରମ ଅବସରରେ ଉଲ୍ଲେଖନୀୟ ସେବାଲାଗି ୫ଜଣ ଆଶାକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ରଞ୍ଜନକୁମାର ବାରିକ, ଡାକ୍ତର ସେନାଲୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories