www.samajalive.in
Sunday, December 14, 2025
16.1 C
Bhubaneswar

ବାଙ୍ଗେରିସିଂହା ସମବାୟ ସମିତିର ବାର୍ଷିକସଭା ଓ ଋଣ ସମ୍ପର୍କିତ କର୍ମଶାଳା

ବଡ଼ମ୍ବା: ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବାଙ୍ଗେରିସିଂହାସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ତାର ବାର୍ଷିକ ସାଧାରଣ ସଭା ପାଳନ କରିଛି। ଏହି ଅବସରରେ ସମିତି ଆନୁକୂଲ୍ୟରେ ଋଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ସଞ୍ଜୟ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମବାୟବିତ୍‌‌ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପରମାନନ୍ଦ ସେଠୀ, ବ୍ଲକ ଆତ୍ମା ସଂଗଠନ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସ୍ୱାଇଁ, ସାନବାରସିଂହର ପୂର୍ବତନ ସରପଞ୍ଚ ବିରଞ୍ଚି କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ କୃଷି ଓ ବ୍ୟବସାୟ ସମେତ ଆର୍ଥିକ ବିକାଶରେ ସମବାୟ ବ୍ୟାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି ନିଜ ଅଭିଭାଷଣରେ ସମବାୟ ବ୍ୟାଙ୍କ ଜରିଆରେ କୃଷି, କ୍ଷୁଦ୍ର ବ୍ୟବସାୟୀ ତଥା ବୁଣାକାରଙ୍କୁ କିଭଳି ବିନା ସୁଧରେ ସ୍ୱଳ୍ପ ଏବଂ ମଧ୍ୟମ କାଳୀନ ଋଣ ସୁବିଧାରେ ଉପଲବ୍ଧ ହେଉଛି ଏବଂ ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି କିଭଳି ବିକଶିତ ହେଉଛି ସେନେଇ ବୁଝାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପସଭାପତି ଶସ୍ମିତା ବେହେରା, ସମ୍ପାଦକ ଅଭିପ୍ସା ପ୍ରିୟଦର୍ଶନୀ, ପରିଚାଳନା ପରିଷଦ ସଦସ୍ୟ ବିଜୟ କୁମାର ମହାନ୍ତି, ଜମ୍ବେଶ୍ୱର ସାହୁ, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ କର୍ମଶାଳାରେ ହିତାଧିକାରୀମାନେ କିଭଳି ବିଭିନ୍ନ ସ୍ୱଳ୍ପମିଆଦି ଋଣ ଆବେଦନ କରି ସମବାୟ ଜରିଆରେ ସ୍ୱାବଲମ୍ବି ହୋଇପାରିବେ ସେନେଇ ବିଶଦ ଆଲୋଚନା କରାଯାଇଥିଲା। ସମବାୟ ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ଅଧିବାସୀ ଏହି କର୍ମଶାଳାରେ ବହୁସଂଖ୍ୟାରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ସମିତିର ଆଗାମୀ କାର୍ଯ୍ୟ ଖସଡ଼ା ନେଇ ସୂଚନା ଦିଅଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories