www.samajalive.in
Saturday, December 13, 2025
26.1 C
Bhubaneswar

ଏନଏସସିବି ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ପାଠ୍ୟଚକ୍ର

ସମ୍ବଲପୁର: ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ଶନିବାର ଏକ ଜାତୀୟସ୍ତର ପାଠଚକ୍ର ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ. ସିକତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାର ପ୍ରଥମ ପର୍ଯ୍ୟାୟରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ. ବିଶ୍ୱମୋହନ ଜେନା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ପ୍ର. ପୃଥ୍ୱୀରାଜ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରିସୋର୍ସ ପର୍ସନ ଭାବରେ ଏଏସଏମ ଗ୍ରୁପ ଅଫ ଇନଷ୍ଟିଟ୍ୟୁଟର ଧ୍ରୀତିମନ ଚକ୍ରବର୍ତ୍ତ ଓ ସଙ୍ଗୀତା ଗାରୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରିସୋର୍ସ ପର୍ସନ ମାନେ ପ୍ରଶ୍ନ ଉତ୍ତରୀ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସନ୍ଦେହକୁ ଦୂରିଭୂତ କରିଥିଲେ। ଅଧ୍ୟାପକ ଡ. ପ୍ରଶାନ୍ତ ପଣ୍ଡା ନିବନ୍ଧ ଉପସ୍ଥାପନ କରିଥିଲେ। ବାଣିଜ୍ୟ ବିଭାଗର ଛାତ୍ରି ସାଗରିକା ପଟ୍ଟନାୟକ ଓ ଛାତ୍ର ମୋହିତ ନାଏକ ଏବଂ ମସୁଦ ଆଲମ ନିବନ୍ଧ ପାଠ କରିଥିଲେ। ସୁନ୍ଦରଗଡ଼ ଜିଲାର କୃଷି ଓ କୃଷକ ସଶକ୍ତିକରଣ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ପଟେଲ, ପ୍ର. ଦୁର୍ଲଭ କୁମାର ସା ଓ ଡ. ଶ୍ୟାମ ଭୋଇ ଅତିଥି ମାନଙ୍କର ସହିତ ମଞ୍ଚରେ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories