www.samajalive.in
Sunday, December 14, 2025
18.1 C
Bhubaneswar

ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ଇନଫୋଭ୍ୟାଲି ପରିଦର୍ଶନ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଇନଫୋଭ୍ୟାଲି ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳସ୍ଥିତ ଇନଫୋସିସ୍‌ ଆଇଟି କମ୍ପାନୀ ପରିଦର୍ଶନ କରି ସମସ୍ତ କାର୍ଯ୍ୟଶୈଳୀ ଦେଖିଛନ୍ତି । ୪୫୦୦ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବାର ଭିତ୍ତିଭୂମିକୁ ନେଇ ସେ ଅତ୍ୟନ୍ତ ଖୁସି ହେବା ସହ ଏହାର ଅଧିକ ଉନ୍ନତିକରଣ ପାଇଁ ଆଲୋଚନା କରିଛନ୍ତି ।

ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପାରିପାଶ୍ୱର୍କ ଉନ୍ନତି, ମୋ ବସ ଚଳାଚଳ, ଡ୍ରେନେଜ ବ୍ୟବସ୍ଥା ତଥା ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ପଦକ୍ଷେପ ନେବା ପାଇଁ ମତବ୍ୟକ୍ତ
କରିଛନ୍ତି । ଏଥିସହ ସେଠାରେ ଥିବା ଶାନ୍ତି ସୋଲାର କମ୍ପାନୀ ଯାଇ ସେଠାରେ ସୋଲାର ପିଭି ମୋଡ୍ୟìଲ ଉତ୍ପାଦନ ପଦ୍ଧତି ସବୁକୁ ବୁଲି ଦେଖିଥିଲେ । ସମ୍ପୃକ୍ତ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ସରକାରୀ ସହଯୋଗ ଦ୍ୱାରା ଉତ୍ପାଦନ ବଢାଇବା ଦିଗରେ ପଦକ୍ଷେପ ନେବାପାଇଁ ଉପଦେଶ ଦେଇଥିଲେ । ରାଜ୍ୟସରକାରଙ୍କ ଆଇଟି ହବ ଲକ୍ଷ୍ୟକୁ ସାର୍ଥକ କରିବା ଲକ୍ଷ୍ୟନେଇ ଇଡ଼କୋର ଜମି ଆବଣ୍ଟନ ଏବଂ ସମସ୍ତ ପ୍ରସ୍ତୁତି ଆଦିର ସମୀକ୍ଷା ମଧ୍ୟ କରିଥିଲେ ।

- Advertisement -

ସୂଚନା ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଇଟି ହବ ଭିଜନକୁ ବାସ୍ତବ ଲକ୍ଷ୍ୟ ଦେବା ନେଇ ଏହି ଅଂଚଳର ୨୬୪ ଏକର ସ୍ଥାନ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ପ୍ରସ୍ତୁତି କେନ୍ଦ୍ର, ଆଇଟି ପାର୍କ ଭଳି ଅନୁଷ୍ଠାନଗୁଡିକ ପାଇଁ ସଂରକ୍ଷିତ ରହିଛି । ଏଥିସହ ଇନଚର କମ୍ପାନୀର ଆଇଟି ୟୁନିଟ ପାଇଁ ୫ ଏକର, ଆଦାନୀ ଏଣ୍ଟରପ୍ରାଇଜେସ ପାଇଁ ୧୦ ଏକର ଏବଂ ଆରବିଆଇ ଡାଟାସେଣ୍ଟର ପାଇଁ ୧୭ ଏକର ପରିମିତ ଜାଗା ଆବଣ୍ଟନ ସରିଛି । ଏହି ଐତିହାସିକ ପଦକ୍ଷେପ ପାଇଁ ଆଇଟି ଉପଦେଷ୍ଟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories