ଯୋଡ଼ା: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲା ପ୍ରଶାସନ ଆନୁକୁଲ୍ୟରେ ଯୋଡ଼ା ବ୍ଲକ ପରିସରରେ ବ୍ଲକ ପ୍ରଶାସନ ସହଯୋଗରେ ଏକ ନିଯୁକ୍ତି ଭିତ୍ତିକ ପ୍ରାକ୍ ଚୟନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାୟକ ନିଯୁକ୍ତି ଶିବିରକୁ ଉଦ୍ଘାଟନ କରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଯୁବକ ଯୁବତୀମାନଙ୍କୁ ଦକ୍ଷତା ଭିତ୍ତିକ ଟ୍ରେନିଂ ର ଉପକାରିତା ଉପରେ ଆଲୋଚନା କରିଥିଲେ ଓ ବ୍ଲକ ଉପାଦକ୍ଷା ଶ୍ରୀମତୀ ମାଳତୀ ଖଟୁଆ ଉପସ୍ଥିତ ରହି ଥିଲେ
ଜିଲା ନିୟୋଜନ ଅଧିକାରୀ ଗଣେଶ୍ୱର ନାୟକ ଉପସ୍ଥିତ ଥିବା ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ଦକ୍ଷତା ବଳରେ ଯେକୌଣସି ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଇପାରିବେ ଏବଂ ଭବିଷ୍ୟତ ଗଢି ପାରିବେ। ମଡେଲ କ୍ୟାରିଅର ସେଣ୍ଟର କେଉଁଝରର ୟଙ୍ଗ ପ୍ରଫେସନାଲ ବିଶାଲ ଜେଶ୍ୱଲ୍ ମଡେଲ କ୍ୟାରିଅର ସେଣ୍ଟରେ ଥିବା ସୁବିଧା ସୁଯୋଗ ଉପଯୋଗ କରି ନିଯୁକ୍ତି ବିଷୟରେ ସବିଶେଷ ସୂଚନା କିପରି ପାଇ ପାରିବେ ଆଲୋଚନା କରିଥିଲେ।
ଶ୍ରୀ ଜ୍ଞାନରଞ୍ଜନ ମହାପାତ୍ର ଏମସିସି ପରାମର୍ଶଦାତା ପ୍ରାର୍ଥୀମାନଙ୍କୁ ଟେକ୍ନୋଲୋଜି ସହ ଯୋଡି ହେଇ କ୍ୟାରିଅର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଏହି ନିଯୁକ୍ତି କର୍ମ ଶାଳରେ ମାଇନିଙ୍ଗ ଇଞ୍ଜିନୟରିଙ୍ଗ୍ ସ୍କୁଲ କେନ୍ଦୁଝର,ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଆନନ୍ଦପୁର ଏବଂ ବଡ଼ବିଲ,ସିପେଟ ପାରାଦ୍ବୀପ, ଅଲ୍ ଟୁରିଷ୍ଟି କଟକ, ଟିଡିୟୁ କଟକର ପ୍ରତିନିଧିମାନେ ଭାଗ ନେଇ ନିଯୁକ୍ତି ସୁଯୋଗ ବିଷୟରେ ଅବଗତ କରାଇଥିଲେ। ବ୍ଲକ ପ୍ରକଳ୍ପ ପରିଚାଳକ ଦିବାକର ମାଝି ଉପସ୍ଥିତ ରହି ଚୟନ ଶିବିରକୁ ପରିଚାଳନା କରିଥିଲେ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



