www.samajalive.in
Monday, December 8, 2025
14.1 C
Bhubaneswar

ଦ୍ଵିତୀୟ ରାଜ୍ୟ ର‍୍ୟାକିଂ ତିରନ୍ଦାଜ ପ୍ରତିଯୋଗିତା ପାଇଁ କଳାହାଣ୍ଡିର ୧୫ ପ୍ରତିଯୋଗୀଙ୍କ କୋରାପୁଟ ଗସ୍ତ

ଲାଞ୍ଜିଗଡ:ଓଡ଼ିଶାର କୋରାପୁଟ ଜିଲ୍ଲା ସୁନାବେଡା ସାଇ ହଲ୍ ଠାରେ ମାର୍ଚ୍ଚ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ରାଜ୍ୟ ର‍୍ୟାକିଂ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲାର ୧୫ ଜଣ ପ୍ରତିଯୋଗୀ କୋରାପୁଟ ଗସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ୫ ଜଣ ବାଳିକା ପ୍ରତିଯୋଗୀ ରହିଥିବା ବେଳେ ୧୦ ଜଣ ବାଳକ ଅଛନ୍ତି। ଏମାନେ ହେଲେ ବାଳକ ବିଭାଗର ହିରେଶ କୁମାର ମହାଖୁଡ, ମିଥୁନ ନାଏକ, ସଂଜୟ ମାଝୀ, ଵିକ୍ରମ ମାଝୀ, ଅର୍ଜୁନ ମାଝୀ, ଚନ୍ଦ୍ରକାନ୍ତ ଭୋଇ, ସୀମାଞ୍ଚଳ ମାଝୀ, ଦାଶରଥୀ ମାଝୀ, ରୋଶନ ମାଝୀ, ଥବିର ମାଝୀ ରହିଥିବା ବେଳେ ବାଳିକା ବିଭାଗରେ ଜୁଲି ମୁଣ୍ଡା, ଆରତୀ ମୁଣ୍ଡା, ରଚନା ମାଝୀ, ସାନୁ ମାଝୀ, ଗାୟତ୍ରୀ ମାଝୀ ଅଛନ୍ତି। ଏହି ପ୍ରତିଯୋଗୀମାନେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଲାଞ୍ଜିଗଡ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪ ଜଣ ରହିଥିବା ବେଳେ ଜଣେ ଲାଞ୍ଜିଗଡ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ହିରେଶ ଅଛନ୍ତି। ଏହି ପ୍ରତିଯୋଗୀ ମାନେ ଗତ ୨୦୨୨ ଅକ୍ଟୋବର ମାସରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲଠାରେ ହୋଇଥିବା ରାଜ୍ୟ ସ୍ତରୀୟ ତିରନ୍ଦାଜ୍ ପ୍ରତିଯୋଗିତାରେ ଭାଗ ନେଇ ୧୩ ପଦକ ହାସଲ କରିବା ସହିତ ଏହି କୋରାପୁଟଠାରେ ହେଉଥିବା ଦ୍ୱିତୀୟ ରାଜ୍ୟ ର‍୍ୟାକିଂ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। କଳାହାଣ୍ଡି ଜିଲ୍ଲା ଆଥେଲେଟିକ୍ ଏସୋସିଏସନ୍ ଏବଂ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ସହଯୋଗିତାରେ ଏହି ପ୍ରତିଯୋଗୀମାନେ କୋରାପୁଟ ଗସ୍ତ କରିଥିବା ବେଳେ ଖେଳାଳିଙ୍କ ସହିତ ତିରନ୍ଦାଜ୍ କୋଚ୍ ସୀମାଞ୍ଚଳ କାଟ୍ରାକା, ମ୍ୟାନେଜର ଭାବେ ବିଳାସିନୀ ସେଠ୍ ଓ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗର ଅଭିନଭ ପ୍ରତାପ ଗସ୍ତ କରିଛନ୍ତି। ସୀମାଞ୍ଚଳ ଲାଞ୍ଜିଗଡ ଏସଏସଡି ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଦ୍ଵିତୀୟ ରାଜ୍ୟ ର‍୍ୟାକିଂ ତିରନ୍ଧାଜ ପ୍ରତିଯୋଗୀତା ପାଇଁ କୋରାପୁଟ ଗସ୍ତ କରିଥିବା ବେଳେ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଲିମିଟେଡ଼ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ଲାଞ୍ଜିଗଡ ଡିଏଭି ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା, ଏସଏସଡି ସ୍କୁଲ ଖେଳ ଶିକ୍ଷକ ଜୟଲାଲ ଭୋଇ, କରାଟେ କୋଚ୍ କ୍ଷମାନିଧି ମହାଖୁଡ, ସମେତ ଦୁଇ ଗୋଟି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories