www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଭୁ ଶ୍ରୀରାମ ସମସ୍ତଙ୍କ ଭଗବାନ – ଫାରୁକ ଅବଦୁଲ୍ଲା

ଡେସ୍କ: ଜାମ୍ମୁ କାଶ୍ମୀର ନେସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ସମସ୍ତଙ୍କ ଭଗବାନ ଓ ବିଜେପି ଏହାକୁ କେବଳ ଭୋଟ ରାଜନୀତି ପାଇଁ ବ୍ୟବହାର କରୁଛି। ନେସନାଲ ପାନ୍ଥର୍ସ ପାର୍ଟିର ସ୍ଥାପନ ଦିବସରେ ଉଦ୍ଧାମପୁର ଜିଲ୍ଲାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ପରୀକ୍ଷାର ଦିନ ପାଖେଇ ଆସୁଛି ଯେତେବେଳେ ଅର୍ଥବଳର ବହୁଳ ବ୍ୟବହାର ହେବ। ହୁଏତ ବିଜେପି ସେଦିନ ରାମ ମନ୍ଦିର ଉଦଘାଟନ କରିପାରେ। କାରଣ ଲୋକମାନେ ଭାବିବେ ଯେ ବିଜେପିର ସମସ୍ତେ ଶ୍ରୀରାମଙ୍କ ଭକ୍ତ ଓ ସେମାନେ ଦର ବୃଦ୍ଧି ଏବଂ ବେକାରୀ ଭଳି ସମସ୍ୟା ଭୁଲିଯିବେ। ଶ୍ରୀ ଅବଦୁଲ୍ଲା ଅଭିଯୋଗ କରିଛନ୍ତି ଯେ ବିଜେପି ପ୍ରଭୁ ଶ୍ରୀରାମଙ୍କ ନାମକୁ ବିକ୍ରି କରୁଛି।

ସେ କହିଛନ୍ତି, ଏକଥା ଭୁଲିଯିବା ଉଚିତ ନୁହେଁ ଯେ ପ୍ରଭୁ ଶ୍ରୀରାମ ସମସ୍ତଙ୍କ ଭଗବାନ, କେବଳ ହିନ୍ଦୁଙ୍କ ଭଗବାନ ନୁହନ୍ତି। ସେ ମୁସଲିମ, ଖ୍ରୀଷ୍ଟିଆନ ଓ ସମସ୍ତ ସମ୍ପ୍ରଦାୟର ଭଗବାନ। ଲୋକମାନଙ୍କୁ ସଠିକ ଦିଗଦର୍ଶନ ଦେବା ପାଇଁ ପ୍ରଭୁ ଶ୍ରୀରାମଙ୍କୁ ଆଲ୍ଲା ପଠାଇଛନ୍ତି ବୋଲି ସେ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories