www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟସ୍ତରରେ ଫରେଷ୍ଟ ଗାର୍ଡ କିଶୋର କୁମାର ଷଣ୍ଢ ପୁରସ୍କୃତ

ବ୍ରଜରାଜନଗର: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ବନାଞ୍ଚଳ ଫରେଷ୍ଟ ଗାର୍ଡ କିଶୋର କୁମାର ଷଣ୍ଢଙ୍କୁ ‘ଷ୍ଟେଟ ଫରେଷ୍ଟ୍ରୀ ଆୱାର୍ଡ -୨୦୨୩’ ପ୍ରଦାନ କରାଯାଇଛି। ଏ ନେଇ ଭୁବେନଶ୍ବର ସ୍ଥିତ ଜୟଦେବ ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ବ ବନ ଦିବସ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପିସିସିଏଫ୍ ଦେବୀ ଦତ୍ତ ବିଶ୍ୱାଳ ଯୋଗ ଦେଇ ବ୍ରଜରାଜନଗର ବନାଞ୍ଚଳ ରାଜପୁର ସେକ୍ସନ ଚାନ୍ଦନୀମାଲ ବିଟ୍‌ର ଫରେଷ୍ଟ ଗାର୍ଡ କିଶୋର କୁମାର ଷଣ୍ଢଙ୍କୁ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ସମେତ ମାନପତ୍ର ଏବଂ ପଦକ ପ୍ରଦାନ କରିଥିଲେ। ଶ୍ରୀ ଷଣ୍ଢଙ୍କ ସଫଳତା ପାଇଁ ବନ ବିଭାଗର ସମେତ ସ୍ଥାନୀୟ ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଚାକିରୀ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଫରେଷ୍ଟ ଗାର୍ଡ କିଶୋର କୁମାର ଷଣ୍ଢଙ୍କୁ ଗତ ବର୍ଷ ସାଧାରଣତନ୍ତ୍ର ଦିବସରେ ତତ୍କାଳୀନ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ‘ଝାରସୁଗୁଡା ବନଖଣ୍ଡର ଶ୍ରେଷ୍ଠ ଫରେଷ୍ଟ ଗାର୍ଡ’ ଭାବେ ପୁରସ୍କୃତ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories