www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶାରେ ହକି ବିଶ୍ବକପ୍‌ର ସଫଳ ଆୟୋଜନ ଲାଗି ହକି ଇଣ୍ଡିଆକୁ ଶ୍ରେଷ୍ଠ ଆୟୋଜକ ପୁରସ୍କାର

ନୂଆଦିଲ୍ଲୀ: ଚଳିତବର୍ଷ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଦୁଇ ସହର ଭୁବନେଶ୍ବର ଓ ରାଉରକେଲାରେ ଏଫ୍‌ଆଇଏଚ୍‌ ପୁରଷ ହକି ବିଶ୍ବକପ୍‌ ଆୟୋଜନ ହୋଇଥିଲା। ଏହାକୁ ଯେକୌଣସି ହକି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଆୟୋଜନ ବୋଲି ସ୍ବୀକୃତି ଦେଇଛି ଏସୀୟ ହକି ମହାସଂଘ (ଏଏଚ୍‌ଏଫ୍‌)। ଏଥିପାଇଁ ହକି ଇଣ୍ଡିଆକୁ ପୁରସ୍କୃତ କରିଛି ଏଏଚ୍‌ଏଫ୍‌। କୋରିଆର ମୁଙ୍ଗ୍‌ୟୋଙ୍ଗ୍‌ରେ ଆୟୋଜିତ ଏଏଚ୍‌ଏଫ୍‌ କଂଗ୍ରେସ୍‌ରେ ହକି ଇଣ୍ଡିଆର ସମ୍ପାଦକ ଭୋଳାନାଥ ସିଂହ ଏହି ପୁରସ୍କାର ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ସରକାର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ୨୦୧୮ ପୁରୁଷ ହକି ବିଶ୍ବକପ୍‌ ଅୟୋଜନ କରି ପ୍ରଶଂସା ସାଉଁଟିଥିଲେ। ଏହାକୁ ଦେଖି ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) ପ୍ରଥମଥର ପାଇଁ କେବଳ ଏକ ଦେଶକୁ ନୁହେଁ; ଏକ ରାଜ୍ୟକୁ କ୍ରମାଗତ ୨ୟ ପୁରୁଷ ହକି ବିଶ୍ବକପ୍‌ ଅୟୋଜନ ଦାୟିତ୍ବ ପ୍ରଦାନ କରିଥିଲା। ହେଲେ ଚଳିତବର୍ଷର ବିଶ୍ବକପ୍‌ ଓଡ଼ିଶାର ୨ଟି ଷ୍ଟାଡିୟମ୍‌ରେ ଖେଳା ଯାଇଥିଲା। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ ସହ ରାଉରକେଲର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌ରେ ମଧ୍ୟ ବିଶ୍ବକପ୍‌ର ମ୍ୟାଚ୍‌ ଖେଳା ଯାଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories