www.samajalive.in
Sunday, December 14, 2025
19.1 C
Bhubaneswar

ପତଞ୍ଜଳି ଯୋଗ କେନ୍ଦ୍ରରେ ଶହୀଦ ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁରର ହୀରାକୁଦ କଲୋନୀ ସ୍ଥିତ ନିଃଶୁଳ୍କ ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ଶହୀଦ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରର ପ୍ରଶିକ୍ଷିକା ତଥା ରାଜ୍ୟ ମହିଳା ପ୍ରଭାରୀ ଜେ. ଗିରିଜା ଦେବୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ କରାଯାଇ ଶହୀଦ ଦିବସ ଉପଲକ୍ଷେ ଶହୀଦ ଭଗତ ସିଂ, ଶହୀଦ ଶୁକଦେବ ଓ ଶହୀଦ ରାଜଗୁରୁ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଦିବସ ପାଳନର ମହତ୍ୱ ଓ ଶହୀଦ ମାନଙ୍କ ଦେଶ ପାଇଁ ବଳିଦାନ ଉପରେ ବକ୍ତା ମାନେ ଆଲୋଚନା କରିଥିଲେ। ସଭା କାର୍ଯ୍ୟ ପରେ କେନ୍ଦ୍ରର ସଦସ୍ୟ ଓ ସଦସ୍ୟା ମାନେ ହୀରାକୁଦ କଲୋନୀରୁ ଏକ ଶୋଭାଯାତ୍ରାରେ ବାହାରି ଗୋଲବଜାର ଛକ ପର୍ଯ୍ୟନ୍ତ ଶହୀଦ ମାନଙ୍କ ପାଇଁ ବିଭିିନ୍ନ ସ୍ଲୋଗାନ ଦେଇ ଯାଇଥିଲେ। ସେଠାରେ ଥିବା ଶହୀଦ ମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ କେନ୍ଦ୍ରର ପଦ୍ମିନୀ ମୁଣ୍ଡା, ରିୟା, ବିଜୁ ପଟୱାରି, ଗିରିଧାରୀ ଅଗ୍ରୱାଲ, ଜୟନ, କଲ୍ୟାଣୀ ଚିନ୍ଦ୍ରା, ବିଶ୍ୱ ଚିନ୍ଦ୍ରା, ଅଞ୍ଜନା ବାରିକ, ଅଶୋକ ଦୀକ୍ଷିତ, ପଙ୍କଜିନି ରାଉତ ଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories