www.samajalive.in
Sunday, December 14, 2025
26.1 C
Bhubaneswar

ଆସନ୍ତା୬ରୁ ଅଶ୍ୱେନୀ-ବାସେଳୀଙ୍କ ପ୍ରସିଦ୍ଧ ଚଇତି ପର୍ବ

ଚୌଦ୍ୱାର: ମତ୍ସ୍ୟଜୀବୀ ସମ୍ପ୍ରଦାୟର ଆରାଧ୍ୟା ଦେବୀ ଅଶ୍ୱେନୀ-ବାସେଳୀଙ୍କ ପ୍ରସିଦ୍ଧ ଚଇତି ପର୍ବ ପାଇଁ ଚୌଦ୍ୱାରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବାଜି ରାଉତ କୈବର୍ତ୍ତ ଯୁବକ ସଂଘ ତରଫରୁ ସଭାପତି ବିଜୟ କୁମାର ବେହେରାଙ୍କ ପୌରୋହିତ୍ୟରେ ତିନିକୋଣିଆସ୍ଥିତ ଶ୍ରୀରାମ ମଣ୍ଡପରେ ଆୟୋଜିତ ବୈଠକରେ ସଦସ୍ୟମାନେ ଯୋଗଦେଇ ଏହି ଉତ୍ସବ ଆସନ୍ତା୬ ତାରିଖରୁ ଆରମ୍ଭ ହୋଇ ୮ଦିନ ଧରି ଅନୁଷ୍ଠିତ ହେବା ଏବଂ ୧୬ ତାରିଖ ଦିନ ଉଦ୍ୟାପନୀ ଉତ୍ସବର ଆୟୋଜନ କରାଯିବା ପାଇଁ ସ୍ଥିର କରିଥିଲେ।

ଉତ୍ସବରେ ଦେବୀଙ୍କ ବିଭିନ୍ନ ଉପଚାର ପୂଜା, କୌଳିକ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଢ଼ ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମକୁ ଚଳିତ ବର୍ଷ ଯାକ ଜମକରେ ପାଳନ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା କୈବର୍ତ୍ତ ସମ୍ପ୍ରଦାୟର ସମ୍ମାନ ବଢ଼ାଇଥିବା ଡା. ଶିଶିର କୁମାର ସାହୁ, କାଉନସିଲର ଅଜୟ କୁମାର ବେହେରା,ସବିତା ସାହୁ ପ୍ରମୁଖଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

କୋଷାଧ୍ୟକ୍ଷ ମଙ୍ଗରାଜ ବେହେରା ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ। ସୁପ୍ରତିଷ୍ଠିତ ଆନ୍ତର୍ଜାତୀୟ ସ୍ତରର ଚଇତି ଘୋଡ଼ାନାଚ ଶିଳ୍ପୀ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ, ମକରନ୍ଦ କାହାଳୀ, ଗଗନ ବେହେରା, ପ୍ରଦ୍ୟୁମ୍ନ ତରାଇ, ସୁବାସ ଚନ୍ଦ୍ର ଦଳାଇ, ଶରତ ଚନ୍ଦ୍ର ବେହେରା, ଦୀଲ୍ଲିପ ସାହୁ, ରମାକାନ୍ତ ବେହେରା, ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories