www.samajalive.in
Sunday, December 14, 2025
14.1 C
Bhubaneswar

ଚବିଶ ପ୍ରହରୀ ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୩ ଭାଳୁପାଲି ଗ୍ରାମରେ ଚବିଶ ପ୍ରହରୀ ନାମ ଯଜ୍ଞ ପାଇଁ ପୂର୍ଣ୍ଣ କଳସ ସ୍ଥାପନ କରାଯାଇଛି। ଆଜି ସକାଳେ ନାମ ସଂକୀର୍ତ୍ତନ ସହ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ଗ୍ରାମ ସ୍ଥିତ ଭାଲୁ କଣ୍ଟା ପୋଖରୀରୁ ମନ୍ତ୍ରିତ ଶୁଦ୍ଧ ଜଳ ଭର୍ତ୍ତି ପୂର୍ଣ୍ଣ କଳସ ସହ ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପରେ ପହଞ୍ଚିଥିଲେ। ପଣ୍ଡିତ ସଞ୍ଜୟ ଦାଶଙ୍କ ମନ୍ତ୍ର ପାଠ କ୍ରମେ ଷୋଡଶ ପୂଜା, ହୋମ ଆହୁତି ପ୍ରଦାନ ପୂର୍ବକ ମହାମନ୍ତ୍ର ନାମ ଜପ ଆରମ୍ଭ ହୋଇଥିଲା। ଗ୍ରାମର ଲେଷଦେବ ପ୍ରଧାନ ଓ ଧର୍ମପତ୍ନୀ ବାରୁଣୀ ପ୍ରଧାନ କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି। ଆଜି ଏହି ଚବିଶ ପ୍ରହରୀ ନାମ ଯଜ୍ଞର ପ୍ରଥମ ସନ୍ଧ୍ୟାରେ ନୂଆପଡ଼ା ଓ ବରାହମୁଣ୍ଡାର ମହିଳା ସଙ୍କୀର୍ତ୍ତନ, ଭୋଇପାଲି, ପ୍ରଧାନ ଟିକ୍ରା ଓ ଶାସ୍ତ୍ରୀ ନଗରର ସଙ୍କୀର୍ତ୍ତନ ଦଳ ନାମ ସଙ୍କୀର୍ତ୍ତନରେ ସହଯୋଗ କରିଥିଲେ। ଆସନ୍ତା ୨୬ ତାରିଖ ଦିନ ଏହାର ପୂର୍ଣ୍ଣାହୁତି ପଡ଼ିବ ବୋଲି ଜଣାପଡିଛି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories