www.samajalive.in
Saturday, December 13, 2025
26.1 C
Bhubaneswar

ଜନନୀ ଯନ୍ତ୍ରଣା, ୨ କିମି ଭାରରେ ବୁହା ହେଲେ ଗର୍ଭବତୀ

ମୋହନା: ୧ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡ଼ି ପଞ୍ଚାୟତ ଅଧିନ ଦୁର୍ଗମ ଯେଗେରେସିଂ ଗ୍ରାମରେ। ସୂଚନା ପ୍ରକାରେ ଚନ୍ଦ୍ରଗିରି ପଞ୍ଚାୟତ କଙ୍କୋରଡା ଗ୍ରାମର ମୁନା ଶବରଙ୍କ ସ୍ତ୍ରୀ ସୁନିତା ଶବର ନିଜ ମାମୁଁ ଘର ଗାଁ ଯେଗେରେ ସିଂକୁ ଆସିଥିଲେ। ହଠାତ ସୁନିତାଙ୍କୁ ପ୍ରସବ ବେଦନା ହେବାରୁ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ଶୋଚନୀୟ ରାସ୍ତା ଯୋଗୁ ଗ୍ରାମରେ ପହଞ୍ଚି ନପାରି ରାକେଶପଙ୍କା ଗ୍ରାମରେ ଅଟକିଯାଇଥିଲା। ପାହାଡିଆ ମାଟି ପଥର ରାସ୍ତାରେ ଆମ୍ବୁଲାନ୍ସ ଆଗକୁ ଯାଇ ପାରିନଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଚାଳକ ସନ୍ତୋଷ ନାୟକ, ହେଲପର ସୁରେନ୍ଦ୍ର ସେଠୀ ଓ ଫାର୍ମାଶିଷ୍ଟ ରବିନାରାୟଣ ବେହେରା ମିଳିତ ଭାବେ ୨ କିଲୋମିଟର ପାହାଡିଆ କଦର୍ଯ୍ୟ ରାସ୍ତା ଚଢି ଗ୍ରାମରେ ପହଞ୍ଚିବା ସହ ଷ୍ଟ୍ରେଚରକୁ ଭାର କରି ସୁନିତାଙ୍କୁ ବୋହି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପରେ ଗର୍ଭବତୀଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରେ ସୁନିତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories