www.samajalive.in
Saturday, December 13, 2025
26.1 C
Bhubaneswar

ପାତ୍ରବସାକୁ ରାଜସ୍ବ ଗ୍ରାମ ନିମନ୍ତେ ପ୍ରକ୍ରିୟା ଆରମ୍ଭ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ପାତ୍ରବସା ଗ୍ରାମକୁ ରାଜସ୍ୱ ଗ୍ରାମ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଏଥିପାଇଁ ପାତ୍ରବସା ଗ୍ରାମବାସୀ ଓ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। କୋକସରା ତହସିଲଦାର ଦେବବ୍ରତ କରାଟି, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକି ଦଣ୍ଡସେନା, ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ଆମପାଣି ରାଜସ୍ୱ ନିରୀକ୍ଷକ ବୈଷ୍ଣବ ଗୁରୁ ପ୍ରମୁଖ ଯୋଗଦେଇ ଲୋକଙ୍କ ସହିତ ରାଜସ୍ବ ଗ୍ରାମ ନିମନ୍ତେ ବୈଠକରେ ଆଲୋଚନା କରିଛନ୍ତି। ତେବେ ସୀମା ନିର୍ଦ୍ଧାରଣ ସହ ବିଭିନ୍ନ ଦିଗକୁ ସମିକ୍ଷା କରିବା ସହ ରାଜସ୍ୱ ଗ୍ରାମ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ବୈଠକରେ ଭୋଲାନାଥ ମାଝୀ, ସୋନୁ ଅଗ୍ରୱାଲ, ଏକାଙ୍କ ଦୁର୍ଗା, ହେମନ୍ତ କୁମାର ସୁନା, କିଚକ ଚଲାନ, ନିତ୍ୟାନନ୍ଦ ମାଝୀ, ନିକୁଞ୍ଜ ସାହୁ, ମାଲତୀ ମାଝୀ, ରାଜେନ୍ଦ୍ର ବାଗ, ଯୁଗଲ କିଶୋର ନାଏକ ସମେତ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories