www.samajalive.in
Saturday, December 13, 2025
21.1 C
Bhubaneswar

ଚଟୁ ଅନକା ଏସସିଏସ ତରଫରୁ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି: ତୁରେକେଲା ବ୍ଲକଚଟୁଅନକା ପ୍ରାଥମିକ କୃଷି ସମବାୟ ସମିତି ସମବାୟ ବିଭାଗ ପକ୍ଷରୁ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କୃଷି ସେବା ସମବାୟ ସମିତି ସଭାପତି କେଦାର ଦୀପଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡି ମୁଖ୍ୟ ଅତିଥି, ହୀରାଧର ବଏ, ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କଣ୍ଟାବାଞ୍ଜି ଶାଖା ପରିଚାଳକ ଯୋଗେଶ୍ୱର ମାଝୀ, ବ୍ଲକ ସୁପର ଭାଇଜର ଦକ୍ଷରାଜ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୁପର ଭାଇଜାର ମାଝି ସମବାୟ ସମ୍ପର୍କିତ ବିବରଣୀ ପାଠ କରି ଚାଷୀ ଭାଇ ମାନେ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇ ପାରିବେ ଏବଂ ଚାଷ କାର୍ଯ୍ୟ ଓ ଖୁଦ୍ର ବ୍ୟବସାୟ କରି ଠିକ ସମୟରେ ଋଣ ପରିଶୋଧ କରି ପୁନର୍ବାର ଋଣ ନେଇ ପାରିବେ ବୋଲି ମତବ୍ୟକ୍ତ କରିବା ସହ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରିଥିଲେ। ପେକ୍ସ ସମ୍ପାଦକ ପୀତବାସ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି କର୍ମଶାଳାରେ ସମବାୟ ସମିତି ବୋର୍ଡ ସଦସ୍ୟ ନୀଳ ବଏ, ଗୋଷ୍ଟୀ ବଏ, ମାୟା ମାଝୀ, ତରୁଣ କୁଅଁର, ଘାସିରାମ ବଏ, ବୁଡ଼ୁ ମାଝୀ ଏବଂ ଚଟୁ ଅନକା, ବୋରମାଲ ପଂଚାଏତର ସମସ୍ତ ଚାଷୀ ବୃନ୍ଦ ଉପସ୍ଥିତ ଥିଲେ। ଜଣେ ଚାଷୀ ୫୦ ହଜାର ଟଙ୍କା ଋଣ ପରିଶୋଧ କରିଥିଲେ। ପେକ୍ସ ଡାଟା ଏଣ୍ଟ୍ରି ଅପରେଟର ଫକୀର ବଏ, ସମିତି କର୍ମଚାରୀ ଜିତେନ୍ଦ୍ର ପୁଟେଲ, ରାଧେଶ୍ୟାମ ପୁଟେଲ ସହଯୋଗ କରିଥିବା ବେଳେ ସୁପର ଭାଇଜର ଦକ୍ଷରାଜ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories