www.samajalive.in
Saturday, December 13, 2025
21.1 C
Bhubaneswar

ମହାନଦୀରେ ବୁଡି ଅଜଣା ଯୁବକର ମୃତ୍ୟୁ

ବୌଦ୍ଧ: ବୌଦ୍ଧ ସହରର ଚନ୍ଦଚୂଡ ଘାଟଠାରେ ମହାନଦୀରେ ବୁଡି ଜଣେ ଅଜଣା ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ଚନ୍ଦ୍ରଚୂଡ ଘାଟକୁ ଜଣେ ଯୁବକ ଗାଧୋଇବାକୁ ଯାଇଥିବାବେଳେ ହଠାତ ପାଣିରେ ବୁଡି ଯାଇଥିଲେ। ଉପସ୍ଥିତ ଥିବା ଲୋକମାନେ ସେଠାରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକ ଜଣକୁ ପାଣି ଭିତରୁ ଉଦ୍ଧାର କରିପାରିନଥିଲେ। ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଏ ସଂପର୍କରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଖୋଜା ଖୋଜି କରିବା ପରେ ଯୁବକଙ୍କ ମୃତ ଶରୀରକୁ ପାଣିରୁ ଉଦ୍ଧାର କରିଥିଲେ। ମୃତ ଯୁବକଙ୍କ ପରିଚୟ ଜଣାପଡିନଥିବାବେଳେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories