www.samajalive.in
Friday, December 5, 2025
20.1 C
Bhubaneswar

ରାହୁଲଙ୍କୁ ମିଳିଲା କେଜ୍ରିୱାଲଙ୍କ ସମର୍ଥନ

ନୂଆଦିଲ୍ଲୀ: ୨୦୧୯ରେ କର୍ଣ୍ଣାଟକର କୋଲାରରେ ରାହୁଲ ଗାନ୍ଧୀ କହିଥିଲେ ଯେ, ମୋଦୀ ସାଙ୍ଗିଆ ଥିବା ବ୍ୟକ୍ତିମାନେ ଚୋର କାହିଁକି ହୋଇଥାଆନ୍ତି। ତାଙ୍କର ଏହି ବୟାନ ପରେ ଆରମ୍ଭ ହୋଇଥିଲା ବିବାଦ। ଏହାକୁ ନେଇ ପଶ୍ଚିମ ସୁରଟ ବିଧାୟକ ପୂର୍ଣ୍ଣେଶ ମୋଦୀ ଏକ ମାମଲା ଦାୟର କରିଥିଲେ ଏବଂ ପ୍ରାୟ ଚାରି ବର୍ଷ ପରେ ସୁରଟର ସେସନ୍ସ କୋର୍ଟ ରାହୁଲଙ୍କୁ ୨ ବର୍ଷ କାରା ଦଣ୍ଡାଦେଶ ଶୁଣାଇ ଥିଲେ, ତେବେ ତାଙ୍କୁ ଜାମିନ ମଧ୍ୟ ମିଳିଛି। କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଉଭୟ ଶାସକ ଏବଂ ବିରୋଧୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶାସକ ଦଳ କହିଛି ଯେ, ରାହୁଲ ଗାନ୍ଧୀ ଯାହା କହିଛନ୍ତି କୋର୍ଟ ତାକୁ ଭୁଲ୍‌ ବୋଲି ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି। ଅପରପକ୍ଷେ କଂଗ୍ରେସ କହିଛି, ଏବେ ତ ‘ମୋଦୀ’ ନାଁ ନେବା ଅପରାଧ। ଇତି ମଧ୍ୟରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି କହିଛନ୍ତି ଯେ, ଏହା ହେଉଛି ବିଜେପିର ଫାସିବାଦ ଚିନ୍ତାଧାରାର ବିଜୟ। କ’ଣ ଗଣତନ୍ତ୍ରରେ ବର୍ତ୍ତମାନ ନେତାମାନେ ବୟାନ ମାଧ୍ୟମରେ ମଧ୍ୟ ଆକ୍ରମଣ କରିପାରିବେ ନାହିଁ। ପ୍ରଶ୍ନ ହେଉଛି ବିରୋଧୀ ଦଳର ବୟାନରେ ବାରମ୍ବାର ପ୍ରଶ୍ନ କରୁଥିବା ବିଜେପିର ଲୋକମାନେ ନିଜ କ୍ଷେତ୍ରରେ ସମାନ ନିୟମ ଲାଗୁ କରୁଛନ୍ତି କି?

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories